30.1 C
Bhubaneswar
Wednesday, May 20, 2026
Homeଦେଶ ବିଦେଶଗୁଜରାଟରୁ ୪ ଅଲ-କାଏଦା ଆତଙ୍କୀ ଗିରଫ

ଗୁଜରାଟରୁ ୪ ଅଲ-କାଏଦା ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ‘ଅଲ୍‌-କାଏଦା’ର ୪ ଆତଙ୍କୀ ଗୁଜରାଟରୁ ଗିରଫ ହୋଇଛନ୍ତି । ଏମାନେ ଗୁଜରାଟରେ ନକଲି ଟଙ୍କାର ରାକେଟ ଚଳାଇବା ଏବଂ ର ଚିନ୍ତାଧାରା ପ୍ରସାର କରିବାରେ ସମ୍ପୃକ୍ତ ଥିଲେ । ଏମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଗୁଜରାଟ ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ୍ (ଏଟିଏସ୍‌) ଚଢ଼ଉ କରିବା ପୂର୍ବକ ଗିରଫ କରିଛି । ଚଢ଼ଉ ସମୟରେ ଜଣେ ଆତଙ୍କୀ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ତା’କୁ ଅନ୍ୟ ରାଜ୍ୟରୁ ଗିରଫ କରାଯାଇଛି ।

ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ଫୈକ୍‌, ମହମ୍ମଦ ଫର୍ଦ୍ଦିନ୍‌, ସୈଫୁଲ୍ଲା କୁରେଶି ଏବଂ ଜୀଶାନ୍ ଅଲି । ଏମାନେ ମୁଖ୍ୟତଃ ଅଲ୍‌-କାଏଦାର ଚିନ୍ତାଧାରା ପ୍ରସାର କରିବା ପାଇଁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏବଂ ସନ୍ଦିଗ୍ଧ ଆପ୍ ବ୍ୟବହାର କରୁଥିଲେ । ତେବେ ଏମାନଙ୍କୁ ଯେତେବେଳେ ଗିରଫ କରାଗଲା ସେତେବେଳେ ସେମାନେ ନିଜ ଫୋନ୍‌ରେ ଥିବା ଏକ ଅଟୋ ଡିଲିଟ୍ ଆପ୍ ବ୍ୟବହାର କରିଥିଲେ, ଯାହାଫଳରେ ସେମାନଙ୍କ ଫୋନ୍‌ର ସମସ୍ତ ପୂର୍ବ ଚାଟ୍ ବା ମେସେଜ୍ ରେକର୍ଡ, ଫଟୋଗ୍ରାଫ, ଭିଡିଓ ତଥା କଲ୍ ଡିଟେଲ୍ସ ଆଦି ସବୁକିଛି ସ୍ୱତଃପ୍ରବୃତ୍ତ ଭାବେ ନଷ୍ଟ ହୋଇଯାଇଥିଲା । ଏସମ୍ପର୍କରେ ଏଟିଏସ୍ ସ୍ପଷ୍ଟ କରିଛି । ଏଟିଏସ୍ ଏବେ ଏମାନଙ୍କୁ ହେପାଜତ୍‌ରେ ରଖି ଜେରା କରିବା ଆରମ୍ଭ କରିଥିବା ବେଳେ ଏମାନେ ଅଲ-କାଏଦା ପାଇଁ କାମ କରୁଥିବା ସ୍ୱୀକାର କରିଛନ୍ତି । ଏମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଯୋଗେ ଅଲ୍‌-କାଏଦା ସମ୍ପର୍କରେ ଆସିଥିବା କଥା ମଧ୍ୟ ମାନିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking