28.1 C
Bhubaneswar
Tuesday, May 21, 2024
Homeଖେଳୟୁରୋପ ଚରଣ ହକି ପ୍ରୋ ଲିଗ୍‌; ୨୪ ଜଣିଆ ଭାରତୀୟ ସ୍କ୍ୱାଡ୍ ଘୋଷିତ

ୟୁରୋପ ଚରଣ ହକି ପ୍ରୋ ଲିଗ୍‌; ୨୪ ଜଣିଆ ଭାରତୀୟ ସ୍କ୍ୱାଡ୍ ଘୋଷିତ

ନୂଆଦିଲ୍ଲୀ:  ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ର ୟୁରୋପ ଚରଣ ପାଇଁ ହକି ଇଣ୍ଡିଆ ହରମନ୍‌ପ୍ରୀତ୍ ସିଂହଙ୍କ ନେତୃତ୍ୱରେ ୨୪ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି । ମିଡ୍‌ଫିଲ୍ଡର ହାର୍ଦ୍ଦିକ ସିଂହଙ୍କୁ ଟିମ୍‌ର ଉପଅଧିନାକ ନିଯୁକ୍ତ କରାଯାଇଛି । ଟିମ୍‌ରେ ଡିଫେଣ୍ଡର ଅମିତ ରୋହିଦାସ ଏକମାତ୍ର ଓଡ଼ିଶା ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଭାରତ ଟୁର୍ଣ୍ଣାମେଣ୍ଟ୍‌ର ଦୁଇଟି ଚରଣରେ ଆର୍ଜେଣ୍ଟିନା, ବେଲ୍‌ଜିୟମ୍‌, ଜର୍ମାନୀ ଏବଂ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଦୁଇଟି ଲେଖାଏଁ ମୋଟ ଆଠଟି ମ୍ୟାଚ୍ ଖେଳିବ । ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଚରଣ ମେ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲ୍‌ଜିୟମ୍‌ର ଆଣ୍ଟେ୍ୱର୍ପରେ ଏବଂ ଦ୍ୱିତୀୟ ଚରଣ ଜୁନ୍ ୧ରୁ ୧୨ ପର୍ଯ୍ୟନ୍ତ ଲଣ୍ଡ୍‌ରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ ଚଳିତ ବର୍ଷ ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତର ଡ୍ରେସ୍ ରିହର୍ସାଲ୍ ହେବ ଏବଂ ଏଥିପାଇଁ ଟିମ୍‌କୁ ମଜଭୁତ କରିବା ନିମନ୍ତେ ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍‌ଙ୍କୁ ସଠିକ୍ ସୁଯୋଗ ଦେବ । ବର୍ତ୍ତମାନ ଭାରତ ୮ ମ୍ୟାଚ୍‌ରୁ ୧୫ ପଏଣ୍ଟ୍ ହାସଲ କରି ପ୍ରୋ ଲିଗ୍ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନରେ ରହିଛି । ୧୨ ମ୍ୟାଚ୍‌ରୁ ୨୬ ପଏଣ୍ଟ୍ ସହ ନେଦରଲାଣ୍ଡ୍‌ସ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ୮ ମ୍ୟାଚ୍‌ରୁ ୨୦ ପଏଣ୍ଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛି ।
ହକି ଇଣ୍ଡିଆର ଏକ ବୟାନରେ ମୁଖ୍ୟ କୋଚ୍ ଫୁଲ୍‌ଟନ୍ କହିଛନ୍ତି, କ୍ୟାମ୍ପ୍‌ରେ ଆମେ କଠିନ ଟ୍ରେନିଂ କରିଛୁ ଏବଂ ପରସ୍ପରର ଖେଳକୁ ବୁଝିବାରେ ବିକାଶ କରିଛୁ । ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ କେତେକ କ୍ୱାଲିଟି ଟିମ୍ ବିପକ୍ଷରେ ମ୍ୟାଚ୍ ଆମ ପ୍ରଦର୍ଶନକୁ ଆହୁରି ଶକ୍ତିଶାଳି କରିବାରେ ସହାୟତା ହେବ । ଏହା ଆମ ଟିମ୍ ଏକ ଖେଳାଳିଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରିବା ପାଇଁ ସୁଯୋଗ ହେବ । ସେହିପରି ଏହା ଆମର ଶକ୍ତି ଓ ତ୍ରୁଟି ଜାଣିବାରେ ସହାୟକ ହେବ ।
ଭାରତୀୟ ସ୍କ୍ୱାଡ୍‌: ଗୋଲ୍‌କିପର୍‌- ପିଆର୍ ଶ୍ରୀଜେଶ, କ୍ରିଶନ୍ ବାହାଦୁର ପାଠକ; ଡିଫେଣ୍ଡର୍‌- ଜରମନ୍‌ପ୍ରୀତ୍ ସିଂହ, ଅମିତ ରୋହିଦାସ, ସୁମିତ୍‌, ସଞ୍ଜୟ, ଯୁଗରାଜ ସିଂହ, ବିଷ୍ଣୁକାନ୍ତ ସିଂହ; ମିଡ୍‌ଫିଲ୍ଡର- ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ମନ୍‌ପ୍ରୀତ୍ ସିଂହ, ଶମ୍‌ଶେର୍ ସିଂହ, ହାର୍ଦ୍ଦିକ ସିଂହ, ରାଜକୁମାର ପାଲ୍‌, ମହମ୍ମଦ ରାହିଲ୍ ମୌସିନ୍‌; ଫର୍‌ୱାର୍ଡ- ମନ୍‌ଦୀପ୍ ସିଂହ, ଅଭିଷେକ, ସୁଖଜିତ ସିଂହ, ଲଲିତ କୁମାର ଉପାଧ୍ୟାୟ, ଗୁରଜନ୍ତ ସିଂହ, ଆକାଶଦୀପ୍ ସିଂହ, ଅରାଇଜିତ୍ ସିଂହ ହୁଣ୍ଡାଲ୍ ଏବଂ ବବି ସିଂହ ଧାମି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking