28.1 C
Bhubaneswar
Tuesday, May 21, 2024
Homeଖେଳବାଂଲାଦେଶ ବିପକ୍ଷ ମହିଳା ଟି-୨୦ ସିରିଜ୍‌; ଭାରତର ୫-୦ରେ ସିରିଜ୍ କ୍ଲିନ୍ ସ୍ୱିପ୍‌

ବାଂଲାଦେଶ ବିପକ୍ଷ ମହିଳା ଟି-୨୦ ସିରିଜ୍‌; ଭାରତର ୫-୦ରେ ସିରିଜ୍ କ୍ଲିନ୍ ସ୍ୱିପ୍‌

ନୂଆଦିଲ୍ଲୀ :  ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସିଲ୍‌ହଟରେ ଗୁରୁବାର ଅନୁଷ୍ଠିତ ଅନ୍ତିମ ଟି-୨୦ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୨୧ ରନ୍‌ରେ ହରାଇଛି । ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ କ୍ଲିନ୍‌ସ୍ୱିପ୍ କରିଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୫ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଜବାବରେ ବାଂଲାଦେଶ ୬ ୱିକେଟ୍ ବିନିମୟରେ ୧୩୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହା ଟି-୨୦ ଫର୍ମାଟ୍‌ରେ ଭାରତୀୟ ମହିଳା ଟିମ୍‌ର ପଞ୍ଚମ ସିରିଜ୍ କ୍ଲିନ୍ ସ୍ୱିପ୍ ହୋଇଥିବା ବେଳେ ବାଂଲାଦେଶ ବିପକ୍ଷରେ ତୃତୀୟ ଥର ଏହି କାରନାମା କରିଛି । ରାଧା ଯାଦବଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଏବଂ ସିରିଜ୍ ଘୋଷିତ କରାଯାଇଛି । ୧୫୭ ରନ୍‌ର ଳକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଟିମ୍ ୫୨ ରନ୍‌ରେ ୫ ୱିକେଟ୍ ହରାଇବା ପରେ ଶୋରିଫା ଖାତୁନ୍ ଓ ରିତୁ ମୋନି ଇନିଂସ୍ ସମ୍ଭାଳି ୬ଷ୍ଠ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ମାତ୍ର ଦ୍ରୁତ ରନ୍ ସଂଗ୍ରହରେ ବିଫଳ ରହିଥିଲେ । ଶୋରିଫା ଖାତୁନ୍ ଅପରାଜିତ ୨୮ ଏବଂ ରିତୁ ମୋନି ୩୭ ରନ୍‌ର ଇନିଂସ୍ ଖେଳିଥିଲେ । ରାବେୟା ଖାନ୍ ୧୪ ରନ୍‌ରେ ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ୩ଟି ଏବଂ ଆଶା ଶୋଭନା ୨ଟି ୱିକେଟ୍ ନେଇଥିଲେ ।
ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ୬୨ ରନ୍‌ର ସ୍କୋର୍‌ରେ ଦୁଇ ଓପ୍ନର୍ ଶେଫାଳୀ ବର୍ମା (୧୪) ଓ ସ୍ମୃତି ମନ୍ଧାନା (୩୩)ଙ୍କ ୱିକେଟ୍ ହରାଇବା ପରେ ଦୟାଲନ୍ ହେମଲତା (୩୭) ଓ କ୍ୟାପ୍‌ଟେନ୍ ହରମନ୍‌ପ୍ରୀତ୍ କୌର୍ (୩୦) ୬୦ ରନ୍‌ର ଭାଗୀଦାରି କରିଥିଲେ । ମାତ୍ର ଦୁହେଁ ୧୨୨ ରନ୍‌ର ସ୍କୋର୍‌ରେ ଆଉଟ୍ ହୋଇ ଫେରିଥିଲେ । ଏହାପରେ ୱିକେଟ୍‌କିପର୍ ବ୍ୟାଟର୍‌ଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ସେ ୧୭ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୨୮ ରନ୍ କରି ଟିମ୍ ସ୍କୋର୍ ୧୫୬ ରନ୍‌ରେ ପହଞ୍ଚାଇଥିଲେ । ଏହା ସିଜିନ୍‌ରେ ଟିମ୍‌ର ସର୍ବବୃହତ୍ ସ୍କୋର୍ । ବାଂଲାଦେଶ ପକ୍ଷରୁ ରାବେୟା ଖାନ୍ ଓ ନାହିଦା ଅକ୍‌ତର ଦୁଇଟି ଲେଖାଏଁ ଏବଂ ସୁଲତାନା ଖାତୁନ୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking