30.1 C
Bhubaneswar
Wednesday, April 24, 2024
Homeଓଡିଶାନାରାୟଣ ସେବା ସଂସ୍ଥାନର ଆତ୍ମୀୟ ମିଳନ

ନାରାୟଣ ସେବା ସଂସ୍ଥାନର ଆତ୍ମୀୟ ମିଳନ

ଭୁବନେଶ୍ୱର : ରାଜଧାନୀ ସତ୍ୟନଗର କାଳୀ ମନ୍ଦିରଠାରେ ରାଜସ୍ଥାନ ଉଦୟପୁରସ୍ଥିତ ନାରାୟଣ ସେବା ସଂସ୍ଥାନ ପକ୍ଷରୁ ଆତ୍ମୀୟ ସ୍ନେହ ମିଳନ ପର୍ବ ଓ ଭାମାଶାହା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂସ୍ଥାନ ସହ ଜଡ଼ିତ ସେବା କାର୍ଯ୍ୟରେ ସାମିଲଥିବା ସଭ୍ୟ ତଥା, ସମାଜସେବୀ ଓ ଚତୁର୍ଥସ୍ତମ୍ଭ ସେବକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଂସ୍ଥାର ପର୍ଯ୍ୟବେକ୍ଷକ ହେମନ୍ତ ମେଗବାଲ ଓ ସଂଗୀତା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥିଭାବେ ସମାଜସେବୀ ଅମୀୟକାନ୍ତ ଦାସ, ମନୋଜ ଭାଟିଆ, ସୁସ୍ମିତା ରାଜହଂସ, ନାରାୟଣ ଚନ୍ଦ୍ର ଓଝା, ଆଦିତ୍ୟ ମହାପାତ୍ର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।  ପ୍ରକାଶ ଥାଉକି, ସଂସ୍ଥାନ ପକ୍ଷରୁ ରାଜସ୍ଥାନ ଉଦୟପୁରଠାରେ ପ୍ରତେହ୍ୟ ଶତାଧିକ ନିଶୁକ୍ଲ ଅପରେସନ୍ କରି ବର୍ତମାନ ସୁଦ୍ଧା ୪ଲକ୍ଷରୁ ଅଧିକ ଅପରେସନ୍ କରାଯାଇଛି । ସେହିପରି ଦିବ୍ୟାଙ୍ଗ ମାନଙ୍କୁ ତିନି ଚକିଆ ସାଇକେଲ୍ ପ୍ରଦାନ କରିବା ସହ ସେମାନଙ୍କ ଆତ୍ମନିର୍ଭଶୀଳ ପାଇଁ ବିଭିନ୍ନ କ୍ଷୁଦ୍ର ଅନୁଦାନ ପ୍ରଦାନ କରାଯାଉଛି । ଯାହା ଦ୍ୱାରା ସେମାନେ ଶିଳାଇ ଶିକ୍ଷା, ମୋବାଇଲ ଶିକ୍ଷା, କଂପ୍ୟୁଟର ଆଦି ବିଭିନ୍ନ ଶିକ୍ଷା ଲାଭ କରି ବର୍ଷକୁ ସାଢ଼େ ୪ହଜାରରୁ ଅଧିକ ଲୋକ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି । ୧୯୮୫ମସିହାରେ କୈଳାସ ମାନବଙ୍କ ଦ୍ୱାରା ଗୋଟିଏ ଗୋଟିଏ ମୁଠା ଗହମ ସଂଗ୍ରହ ଦ୍ୱାରା ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ପ୍ରଶାନ୍ତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେହ ଶତାଧିକ ଭିନ୍ନକ୍ଷମ ଓ ଗରିବ ରୋଗୀ ଉପକାର ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking