29.1 C
Bhubaneswar
Saturday, April 27, 2024
Homeଓଡିଶାସେପ୍ଟେମ୍ବର ୩୦ ଯାଏଁ ଗାଡି କାଗଜ ପତ୍ର ବୈଧତା ବୃଦ୍ଧି

ସେପ୍ଟେମ୍ବର ୩୦ ଯାଏଁ ଗାଡି କାଗଜ ପତ୍ର ବୈଧତା ବୃଦ୍ଧି

ଭୁବନେଶ୍ୱର: ଗାଡି ରେଜିଷ୍ଟ୍ରେସନ, ଫିଟନେସ୍‌, ଡିଏଲ୍ ଆଦିର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧକୁି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫେବୃୟାରୀ ୧ ଯାଏଁ ଥିବା ଫିଟନେସ, ଡିଏଲ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବର୍ତମାନ ବୈଧ । ଫେବୃୟାରୀରେ ସରିବାକୁ ଥିବା ରେଜିଷ୍ଟ୍ରେସନ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୈଧ । ଏହାବାଦ ମାର୍ଚ୍ଚ ୧୮ ଯାଏଁ ମିଳିଥିବା ଲର୍ଣ୍ଣିଂ ଲାଇସେନ୍ସ ବି ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୈଧ । ମାଲ୍ ପରିବହନ, ସ୍କୁଲ ଗାଡି ରେଜିଷ୍ଟ୍ରେସନ ସେପ୍ଟେମ୍ବର ୩୦ ଯାଏଁ ବୈଧ ।
ସୂଚନା ଯୋଗ୍ୟ କରୋନା ପାଇଁ ଏବେ ସବୁକିଛି ବାଧାପ୍ରାପ୍ତ ହୋଇଛି  ।  ରାଜ୍ୟରେ ଆଉ ୧୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ୧୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୫ଜଣ ସ୍ଥାନୀୟମାମଲା ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଆଜି ୧୭ଟି ଜିଲ୍ଲାରୁ ୧୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦, ଖୋର୍ଦ୍ଧା ଓ ଯାଜପୁରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ୭, ସୁନ୍ଦରଗଡ଼ରୁ ୬, ନବରଙ୍ଗପୁର ଓ ମୟୁରଭଞ୍ଜରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ଼, ଜଗତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking