32.1 C
Bhubaneswar
Friday, April 26, 2024
Homeଓଡିଶାବରିଷ୍ଠ କଂଗ୍ରେସ ନେତା ସୁର ରାଉତାରାୟଙ୍କ ନୟାପଲ୍ଲୀ ୱାର୍ଡ଼ ନଂ ୩୯ର ବିଭିନ୍ନ ଦଶହରା ପୂଜା...

ବରିଷ୍ଠ କଂଗ୍ରେସ ନେତା ସୁର ରାଉତାରାୟଙ୍କ ନୟାପଲ୍ଲୀ ୱାର୍ଡ଼ ନଂ ୩୯ର ବିଭିନ୍ନ ଦଶହରା ପୂଜା ଦର୍ଶନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ଼ ନଂ ୩୯ ରେ ଯୁବ ନେତା ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ଯୁଗ୍ମ ସମ୍ପାଦକ ଦେବବ୍ରତ ମହାନ୍ତି (ବିକି)ଙ୍କ ଅନୁରୋଧ ଗ୍ରହଣ କରି ଶାରଦୀୟ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ।  ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ମହୋଦୟ ପ୍ରଥମେ ଶାସ୍ତ୍ରୀ ନଗର ଠାରେ ଶାରଦୀୟ ପୂଜା ଅବସରରେ ୧ମ ମହାବୀର ପୂଜାର ପୂର୍ଣାହୁତିରେ ଯୋଗ ଦେଇଥୀଲେ । ଶାସ୍ତ୍ରୀ ନଗର ଯୁବ ସଂଘ ତରଫରୁ ବିଶ୍ବଜିତ ଦାସ, ପ୍ରସନ୍ନ କୁମାର ନାୟକଙ୍କ ସମେତ ଯୁବ ସାଥୀଗଣ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟଙ୍କ ସ୍ବାଗତ ଜଣାଇଥୀଲେ ଏବଂ ଶ୍ରୀଯୁକ୍ତ ରାଉତରାୟ ମହାବୀରଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରି ଶୂଭମନାସୀ ଥୀଲେ । ସେଠୁ ବାହାରି ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ମହାବୀର ପୂଜା କମିଟି ତରଫରୁ ଅନୁଷ୍ଠିତ ମହାବୀର ପୂଜାରେ ଯୋଗ ଦେଇଥୀଲେ । ସେଠାରେ କମିଟିର କାର୍ଯ୍ୟକାରୀ ସଭାପତି ମିଲନ ପାଇକରାୟ, ପୂଜାର କର୍ତ୍ତା ରମେଶ ଚନ୍ଦ୍ର ବେହେରା ,ସୁପ୍ରଭାତ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟଙ୍କ ତରଫରୁ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥୀଲା । ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ସମସ୍ତ ଜଣସାଧାରଣଙ୍କୁ ଦଶହରା ଶୁଭେଛା ପ୍ରଦାନ କରିଥୀଲେ ଏବଂ ଉଭୟ ଆୟୋଜକ କମିଟି ଗଣଙ୍କୁ ସାଧୁବାଦ ଜଣାଇ ଉଭୟ କମିଟିଙ୍କ ଭଲପାଇବା ସର୍ବଦା କାମନା କରି ଉତ୍ସାହିତ କରିଥୀଲେ । ଛାତ୍ର ନେତା ସିଲୁ ନାୟକ,ବିକାଶ ମହାନ୍ତି,ବିଶ୍ବଜିତ ସାହୁଙ୍କ ସମେତେ ଅଂଚଳ ଯୁବ ସାଥୀଗଣ ଏଥୀରେ ସାମିଲ ଥୀଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking