26.1 C
Bhubaneswar
Wednesday, May 8, 2024
Homeଓଡିଶାକାହିଁକି ପାଳନ ହୁଏ ଭାଲେଣ୍ଟାଇନସ୍ ଡେ... .. ଆପଣ ଜାଣନ୍ତି' କି..

କାହିଁକି ପାଳନ ହୁଏ ଭାଲେଣ୍ଟାଇନସ୍ ଡେ… .. ଆପଣ ଜାଣନ୍ତି' କି..

ଭୁବନେଶ୍ୱର : ଭାଲେଣ୍ଟାଇନସ୍ ଡେ ଆପଣ ସମସ୍ତେ ମନାନ୍ତି କିନ୍ତୁ ଆପଣ କ’ଣ ଜାଣନ୍ତି ଏହି ଦିନଟି କ’ଣ ପାଇଁ ପାଳନ ହୁଏ । ଆଜିକା ଦିନରେ ଯୁବ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ପେମର ଦିନଟିକୁ ଖୁବ ଆଡମ୍ବରରେ ପାଳନ କରୁଛନ୍ତି । ଏହା ପ୍ରତି ବର୍ଷ ଫ୍ରେବୃୟାରୀ ୧୪ ତାରିଖରେ ପାଳନ ହୁଏ । ତେବେ ଏହି ଭାଲେଣ୍ଟାଇନସ୍ ର ଇତିହାସ କ’ଣ ..? ଏହାର ଇତିହାସ ବହୁତ ପୁରୁଣା ।

ଅନେକ ଦିନ ତଳେ ରୋମ୍ ର ତୃ୍‌ତୀୟ ସନ୍ଧିରେ ଜଣେ ରାଜା ଥିଲେ । ଯିଏକି ବହୁତ ନିଷ୍ଠୁର ଓ କ୍ରୁର ଥିଲେ । ତାଙ୍କ ନାମ ହେଉଛି କ୍ଲୁଡିୟସ୍ । ସେ ମାନୁଥିଲେ କି ବିବାହ କରିବା ଦ୍ୱାରା ମଣିଷ ର ଶକ୍ତି ଓ ବୁଦ୍ଧି ନଷ୍ଟ ହୁଏ । ଏହି କାରଣରୁ ସେ ପୁରା ରାଜ୍ୟରେ ନିୟମ ଲାଗୁ କରିଦେଲେକି ରାଜ୍ୟର କୌଣସି ସୈନିକ ଏବଂ ଅଧିକାରୀ ବିବାହ କରିପାରିବେ ନାହିଁ । କିନ୍ତୁ ଏହି କଥାଟି ସନ୍ଥ ଭାଲେଣ୍ଟାଇନ କୁ ବିଲକୁଲ ପସନ୍ଦ ଆସିଲା ନାହିଁ । ଏହି ନିୟମର ଘୋର ବିରୋଧ କଲେ ସନ୍ଥ ଭାଲେଣ୍ଟାଇନ ଖାଳି ସେତିକି ନୁହେଁ ସନ୍ଥ ପୁରା ରାଜ୍ୟର ଲୋକଙ୍କୁ ବିବାହ କରିବା ପାଇଁ ଜାଗୃତ କଲେ । ଏହା ମଧ୍ୟରେ ସନ୍ଥ ବହୁତ କାରିଗର ଓ ସୈନିକ ଙ୍କୁ ବିବାହ ମଧ୍ୟ କରାଇଥିଲେ । ଯେବେ କ୍ଲୁଡିୟସ୍ ଙ୍କୁ ସନ୍ଥ  ଭାଲେଣ୍ଟାଇନ ଙ୍କ ଏହି ବିରୋଧ ବିଷୟରେ ଜଣା ପଡିଲା ସେ ତାଙ୍କୁ ବନ୍ଦୀ କରିଦେଲେ । ସେ ସନ୍ଥଙ୍କୁ ଯେଉଁ କାଳ କଠୋରୀ ମଧ୍ୟରେ ରଖିଥିଲେ, ସେ ଜେଲର ଜେଲର୍ ଙ୍କ ଏକ ଅନ୍ଧ ଝିଅ ଥିଲା । ଝିଅଟି ଜନ୍ମରୁ ଅନ୍ଧ ଥିବାରୁ ଝିଅକୁ ଠିକ୍ କରିଦେବା ପାଇଁ  ଭାଲେଣ୍ଟାଇନଙ୍କୁ ଅନୁରୋଧ କରିଥିଲେ । ସନ୍ଥଙ୍କ ବହୁ ପାର୍ଥନା ଓ ଇଶ୍ୱରଙ୍କ ପ୍ରତି ଥିବା ଭକ୍ତିଭାବ ଦ୍ୱାରା ଝିଅଟିର ଆଖି କୁ ଛୁଇଁଦେଲେ ଯାହାଫଳରେ ଝିଅଟି ଧୀରେ ଧୀରେ ଭଲ ହେବାକୁ ଲାଗିଲା । ଏବଂ ନିଜର ଦୃଷ୍ଟି ଶକ୍ତି ଫେରି ପାଇଲା । ଝିଅଟି ଠିକ୍ ହୋଇଯିବା ପରେ ପ୍ରତିଦିନ ସନ୍ଥଙ୍କୁ ଭେଟିବା ପାଇଁ ଆସିଲେ । ପ୍ରଥମ ଦେଖାରୁ ହିଁ ଦୁହିଁଙ୍କୁ ଭଲ ପାଇବା ହୋଇଗଲା ।

ଏହି କଥା ଦିନେ କ୍ଲୁଡିୟସ୍ ଜାଣିବାକୁ ପାଇଲେ ଓ ସନ୍ଥଙ୍କୁ ବିବାହ କରିବା ପାଇଁ ମନାକଲେ । ଏହାକୁ ସନ୍ଥ ବିରୋଧ କରିବାରୁ ରାଜା କ୍ଲୁଡିୟସ୍ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଦେଲେ । ଫାଶୀର ଆଦେଶ ପାଇ ସନ୍ଥ ଭାଲେଣ୍ଟାଇନ୍ ଏକ ପ୍ରେମ ପତ୍ର ତାଙ୍କ ପ୍ରେମିକାଙ୍କ ପାଇଁ ଲେଖି ଏହାର ତଳେ ଫର୍ମ  ଭାଲେଣ୍ଟାଇନ ଲେଖିଦେଲେ । ସେବେଠାରୁ ପ୍ରତ୍ୟକ ପ୍ରେମୀ ଯୁଗଳ ତାଙ୍କ ପ୍ରେମକୁ ଚିଠି ଲେଖିବାବେଳେ ଫର୍ମ ଭାଲେଣ୍ଟାଇନ୍ ବୋଲି ଲେଖିଥାନ୍ତି । ରାଜା କ୍ଲୁଡିୟସ ୨୬୯ ଫ୍ରେବୃୟାରୀ ୧୪ ତାରିଖରେ ସନ୍ଥ ଭାଲେଣ୍ଟାଇନ ଙ୍କୁ ଫାଶୀ ଦେଇଦେଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫ୍ରେବୃୟାରୀ ୧୪ ରେ ଭାଲେଣ୍ଟାଇନସ୍ ଡେ ରୂପେ ପାଳିତ ହୁଏ । ପ୍ରେମ ପାଇଁ ବଳୀଦାନ ଦେଇଥିବା ଏହି ମହାନ ପୁରୁଷଙ୍କୁ ଆଜିବି ଇତିହାସ ମନେ ରଖିଛି । ଯାହାକୁ ଖାଲି ଯୁବ ପିଢୀ ନୁହେଁ ସମଗ୍ର ବିଶ୍ୱ ପାଳନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking