28.1 C
Bhubaneswar
Friday, April 26, 2024
HomeUncategorizedଦିଲ୍ଲୀ ନିର୍ବାଚନ: କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାରରୁ ହଟାଗଲା

ଦିଲ୍ଲୀ ନିର୍ବାଚନ: କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାରରୁ ହଟାଗଲା

ନୂଆଦିଲ୍ଲୀ: ଫେବୃଆରୀ ୮ରେ ହେବାକୁ ଯାଉଥିବା ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ  ପ୍ରଚାର ଜୋରଦାର ହେବାରେ ଲାଗିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖାଯାଉଛି । କ୍ଷମତାସୀନ ଆମଆଦମି ପାର୍ଟି (ଆପ)କୁ ଏଥର ହଟାଇବା ପାଇଁ ବିଜେପି ଜୋରଦାର ଅଣ୍ଟାଭିଡ଼ି ଲାଗିପଡ଼ିଛି । ପୁନଶ୍ଚ କ୍ଷମତାକୁ ଫେରିବା ପାଇଁ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ତାଙ୍କ ରଣକୌଶଳ ଜାରିରଖିଛନ୍ତି । ପ୍ରଚାର ମଇଦାନରେ ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରୁଥିବା ଦେଖାଯାଉଛି । ଏହି ଆକ୍ଷେପ କରିବାକୁ ଯାଇ ବିଜେପିର ଦୁଇଜଣ ନେତା ଫସିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପ୍ରଭାସ ବର୍ମା ଅଛନ୍ତି । ଉଭୟଙ୍କୁ ପ୍ରଚାର ମଇଦାନରୁ କିଛିଦିନ ପାଇଁ ହଟାଇ ଦିଆଯାଇଛି । ଭାରତର ନିର୍ବାଚନ କମିଶନ ଏହି ଦୁଇ ନେତାଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ପ୍ରଚାର ରାଲିରେ ଆକ୍ଷେପ ମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ନିର୍ବାଚନ କମିଶନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୩ ଦିନ ପାଇଁ ଓ ସାଂସଦ ବର୍ମାଙ୍କୁ ୪ ଦିନ ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ପ୍ରଚାରରୁ ଏବେ ନିଜକୁ ଦୂରେଇ ରଖିବେ । ଏହି ଦୁଇ ନେତା ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବାରୁ ଏମାନଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।
ଅଭିଯୋଗ ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବା ସମୟରେ ଯାଇଥିଲା ର‌୍ୟାଲିରେ ଧୋକାବାଜିଙ୍କୁ ଗୁଳି କରିବାକୁ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଶ୍ରୀ ବର୍ମା ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ । ବିବାଦୀୟ ସିଏଏଆଇଙ୍କୁ ନେଇ କହିଥିଲେ ଯେ, ବିରୋଧକାରୀମାନେ କେତେବେଳେ ଲୋକଙ୍କ ଘରକୁ ପଶି ଝିଅ ଓ  ଭଉଣୀଙ୍କୁ  ଦୁଷ୍କର୍ମ କରିପାରନ୍ତି । ଏଭଳି ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପିର ଏହି ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏଥିନେଇ ନିର୍ବାଚନ କମିଶନରଙ୍କ ନିକଟରେ ଆପତ୍ତି ରଖିଥିଲେ । ଲଗାଯାଇଥିବା କଟକଣା ସମୟ ପୁରିଲା ପରେ ସେମାନେ ପୁଣି ପ୍ରଚାରକୁ ଆସିପାରନ୍ତି । କିନ୍ତୁ ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ ପଡ଼ିଥିବାରୁ ଏମାନଙ୍କ ପ୍ରଚାରରେ ଯେଉଁ ଖର୍ଚ୍ଚ ହେବ ତାହା ପ୍ରାର୍ଥୀଙ୍କ ଖର୍ଚ୍ଚରେ ସାମିଲ ହୋଇଯିବ । ୨୮ ଲକ୍ଷ ଟଙ୍କା ଜଣେ ବିଧାୟକ ପ୍ରାର୍ଥୀ ଖର୍ଚ୍ଚ କିରବାର ସୀମା ରହିଛି । କେବଳ ଷ୍ଟାର କ୍ୟାମ୍ପେନର ମାନଙ୍କ ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ପ୍ରାର୍ଥୀଙ୍କ ଖର୍ଚ୍ଚରେ ସାମିଲ ହେବ ନାହିଁ ବୋଲି ବ୍ୟବସ୍ଥା ରହିଛି । ଅନ୍ୟ ଯିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ସେ ଖର୍ଚ୍ଚ ପ୍ରାର୍ଥୀଙ୍କ ଛର୍ଚ୍ଚରେ ସାମିଲ ହେବ ।
ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଉତ୍ତର-ପଶ୍ଚିମ ଦିଲ୍ଲୀ ଅଂଚଳରେ ର‌୍ୟାଲି କରୁଥିଲା ବେଳେ ଧୋକାକାରୀଙ୍କୁ ଗୁଳିକରିବା କଥା ସ୍ଲୋଗାନ ଦେଇଥିଲେ । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଦେଶର ଗଦ୍ଦାରଙ୍କୁ ସ୍ଲୋଗାନ ଦେବା ବେଳେ ଲୋକେ ଗୁଳି ମାର ବୋଲି କହିଥିଲେ । ଏହା ଉପରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ସେ ପ୍ରଚାର ସମୟରେ ଯାହା ଯାହା କହିଥିଲେ ତାହାକୁ ଦେଖିଲେ ଲୋକଙ୍କ ରୋଷ କିପରି ରହିଛି ତାହା ଜାଣିପାରିବେ ।
ଉତ୍ତର ଦିଲ୍ଲୀର ବିକାଶପୁରୀ ଅଂଚଳରେ ନିର୍ବଚାନ ର‌୍ୟାଲିରେ ଯୋଗଦେବା ବେଳେ ଶ୍ରୀ ବର୍ମା ଘୋଷଣା କରିଥିଲେ ଯେ, ଯେଉଁମାନେ ବିରୋଧ କରୁଛନ୍ତି ବିଜେପି କ୍ଷମତାକୁ ଆସିଲେ ସେମାନଙ୍କୁ ଗୋଟିଏ ଘଣ୍ଟାରେ ହଟାଇ ଦେବେ ଏବଂ ସରକାରୀ ଜମିରେ ଯେତେସବୁ ମସଜିିଦ ହୋଇଛି  ଗୋଟିଏ ହେଲେ ତାହା ରଖାଇଦେବେନାହିଁ ।  ଏହି ଘଟଣା ନେଇ ଆମ ଆଦମି ପାର୍ଟି ଶ୍ରୀ ବର୍ମାଙ୍କ ବିରୋଧରେ ଏତଲା ଦାଖଲ କରିବାକୁ ନିର୍ବଚାନ କମିଶନଙ୍କ ନିକଟରେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking