40.1 C
Bhubaneswar
Thursday, April 25, 2024
Homeଓଡିଶାଚଳିତ ବର୍ଷ ଲାଗୁ ହେବନି +୨ ପାସ୍ ଫେଲ

ଚଳିତ ବର୍ଷ ଲାଗୁ ହେବନି +୨ ପାସ୍ ଫେଲ

ଭୁବନେଶ୍ୱର: +୨ ପିଲାଙ୍କ ପାଇଁ କୋହଳ ହେଲେ ରାଜ୍ୟ ସରକାର । ଚଳିତ ବର୍ଷର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ ଫେଲ ନେଇ ନିଜ ନିଷ୍ପତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚଳିତବର୍ଷ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେବେନି ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
+୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପ୍ରଥମ ବର୍ଷର ପରୀକ୍ଷା ପାସ କରିବାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଏହି ନିଷ୍ପତିକୁ କଡ଼ା ବିରୋଧ ମଧ୍ୟ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ନ ରଖିଲେ ଫେଲ ହେବେ ଛାତ୍ରଛାତ୍ରୀ । ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନଂମ୍ୱର ରଖିବାକୁ ବାଧ୍ୟତାମୂଳକ ଏହି ବର୍ଷ ଲାଗୁ ହେବ ନାହିଁ । ଏହା ସହ ଦ୍ୱିତୀୟ ବର୍ଷ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବ ନାହିଁ । ପିଲାମାନେ ପ୍ରସ୍ତୁତ ନଥିବାରୁ ଚଳିତ ବର୍ଷ ଏହାକୁ କୋହଳ କରାଯାଇଛି, ହେଲେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking