30.1 C
Bhubaneswar
Friday, April 26, 2024
Homeଓଡିଶାଗୋଟିଏ କଲ୍‌ରେ ଘରେ ପହଞ୍ଚିବ ଟିକା ଗାଡ଼ି  

ଗୋଟିଏ କଲ୍‌ରେ ଘରେ ପହଞ୍ଚିବ ଟିକା ଗାଡ଼ି  

ବ୍ରହ୍ମପୁର : ପ୍ରତ୍ୟେକ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ଦାଉରୁ ସୁରକ୍ଷିତ କରିବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଟିକା ନେବା ନିମନ୍ତେ ସହରର ବିଭିନ୍ନ ଟିକା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସହର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତି ଟିକା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟକର ହୋଇପଡୁଛି । ତେଣୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ । ଏହାକୁ ଆଖି ଆଗରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଟିକା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ୭୩୨୭୦୯୯୩୨୪ ନମ୍ୱରରେ ଭିନ୍ନକ୍ଷମ ବ୍ୟକ୍ତି ଓ ୭୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକ ଫୋନ କରି ଟିକା ନେବା ନିମନ୍ତେ ସ୍ଲଟ୍ ନିଶ୍ଚିତ କରିପାରିବେ । ଏହା ପରେ ଦେଇଥିବା ଠିକଣାରେ ଟିକା କାରଣ ଗାଡ଼ି ପହଞ୍ଚିବାର ସୁବିଧା କରାଯାଇଛି । ଏହି ସେବା ସକାଳ ୮ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଦିଆଯିବ ବୋଲି ବ୍ରହ୍ମପୁର ମହାନଗର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗାଡ଼ିକୁ ନେଇ ଏହା ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଉଛି । ପ୍ରତ୍ୟେକ ଦିନ ଏହି ଗାଡ଼ି ୧୦୦ ଜଣଙ୍କୁ ଟିକା ଦେବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହା ସହ ଉକ୍ତ ଗାଡ଼ି ଦିନକୁ କେତେ କିଲୋମିଟର ଅତିକ୍ରମ କରି କେତେ ଜଣଙ୍କୁ ଟିକା ଦେଇପାରୁଛି ତାହା ଅନୁଧ୍ୟାନ କରାଯାଉଛି ।

ପରେ ଟିକାକରଣ ନିମନ୍ତେ ଆଉ ଅଧିକ ଗାଡିର ବ୍ୟବସ୍ଥା କରାଯିବ କି ନାହିଁ ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ ବିଜୟ ଆମୃତ କୁଲାଙ୍ଗେ କହିଛନ୍ତି । ଏହା ସହ ବିଏମ୍‌ସି ପକ୍ଷରୁ କରୋନା ସଚେତନ ନିମନ୍ତେ ଏକ କରୋନା ଭୂତାଣୁ ଭଳି ଦେଖାଯାଉଥିବା ଗାଡ଼ି ନିର୍ମାଣ କରାଯାଉଛି । ଏହି ଗାଡ଼ି ସହର ସାରା ବୁଲି ଲୋକଙ୍କୁ କରୋନା ସମ୍ପର୍କିତ ସଚେତନ କରିବ । ଆଜି ଉଭୟ ଗାଡ଼ିକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପତାକା ଦେଖାଇ ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking