36.1 C
Bhubaneswar
Thursday, May 2, 2024
Homeଓଡିଶାନାବାଳିକା ଯୌନ ନିର୍ଯାତନା, ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ନାବାଳିକା ଯୌନ ନିର୍ଯାତନା, ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

କଟକ : ଜଣେ ଅନୁସୂଚିତ ଜାତିର ନାବାଳିକାକୁ ଯୌନ ନିର୍ଯାତନା ଦେବା ମାମଲାରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ତଥା ମାମଲାର ଅଭିଯୁକ୍ତ ସୁଶୀଲ କୁମାର ମହାନ୍ତିଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ମାମଲାର ଶୁଣାଣିବେଳେ ପୀଡିତା ଜଣକ ହ୍ୱାଟସ୍‌ଅପ୍‌ରେ ହାଜର ହୋଇ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ ।

ଅଭିଯୁକ୍ତଙ୍କ ବିରୋଧରେ ନେମାଳ ଥାନାରେ ଆଇପିସିର ୩୭୬(୨)(ଆଇ)/୫୦୬/ ଏବଂ ପୋକ୍ସୋ ଆଇନର ଦଫା ୬ ଏବଂ ଆଇଟି ଆକ୍ଟ୍‌ର ୬୬(ଇ)/୬୭/୬୭(ଏ), ଅନୁସୂଚିତ ଜାତି, ଜନଜାତି ଆଇନର ଦଫା ୩(୧)(ଡବ୍ଲୁ)(ଆଇ) ଆଧାରରେ ୨୦୧୮ ମସିହାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ଏହି ମାମଲାରେ ଗତ ୨୦୧୮ ଜୁଲାଇ ୨୨ ତାରିଖରୁ ଜେଲ୍‌ରେ ଅଛନ୍ତି । ଏହି ମାମଲା ଏବେ କଟକର ପୋକ୍ସୋ କୋର୍ଟରେ ବିଚାରଧୀନ ରହିଛି ।

ପୀଡିତାଙ୍କୁ ୧୪-୧୫ ବର୍ଷ ହୋଇଥିବାବେଳେ ଅଭିଯୁକ୍ତ ଜଣକ ତାଙ୍କୁ ବିଭିନ୍ନ ପ୍ରକାରର ଅଶ୍ଳିଳ ଫଟୋ ଦେଖାଇ ତା ସହିତ ଜୋର କରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହି ପ୍ରକ୍ରିୟା ପୀଡିତା ଜଣକ ସାବାଳିକା ହେବା ପର୍ଯ୍ୟନ୍ତ ଚାଲିଥିଲା । ତେବେ ସାବାଳିକା ହେବା ପରେ ସେ ଏହାକୁ ବିରୋଧ କରିଥିଲେ । ପରେ ଏନେଇ ସେ ଜଣକ ତାଙ୍କ ବାପାଙ୍କୁ ଅବଗତ କରିଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ବାହ ନ ହୋଇ ତାଙ୍କର ଅଶ୍ଳୀଳ ଫଟୋ ସବୁକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ ।

ଏହି ଘଟଣାରେ ନେମାଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ଏହି ମାମଲାରେ କଟକର ସ୍ପେସାଲ୍ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ହାଇକୋର୍ଟ ଅଭିଯୁକ୍ତ ସୁଶୀଲ୍‌ର ଜାମିନ ଆବେଦନକୁ ଖାରଜ କରିବା ସହ ତାର ଫୌଜଦାରୀ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking