43.9 C
Bhubaneswar
Friday, April 19, 2024
Homeକରୋନାଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୪୩୨୯ ମୃତ

ଦେଶରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୪୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୪ହଜାର ୩୨୯ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ସପ୍ତାହକ ମଧ୍ୟରେ ଷଷ୍ଠ ଥର ପାଇଁ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହିଛି । ଗତକାଲି ଏହି ସଂଖ୍ୟା ଥିଲା ୪ ହଜାର ୧୦୬ । ଗତ ବୁଧବାର ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ୪ ହଜାର ୧୨୦ ଓ ଶୁକ୍ରବାର ୪ ହଜାର ଜଣଙ୍କ ଜୀବନ ନେଇଥିଲା କିଲର ଭାଇରସ । ସେହିପରି କ୍ରମାଗତ ଦ୍ୱିତୀୟ ଦିନରେ ୩ଲକ୍ଷ ତଳକୁ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ୨୪ଘଣ୍ଟାରେ ୨ଲକ୍ଷ ୬୩ହଜାର ୫୩୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨ଲକ୍ଷ ୮୧ହଜାର ୩୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking