29.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ୮ ଜିଲ୍ଲାରେ ହେବନି ଟିକାକରଣ

ଆଜି ୮ ଜିଲ୍ଲାରେ ହେବନି ଟିକାକରଣ

ଭୁବନେଶ୍ୱର : କମିଲା ଟୀକାକରଣ । ପର୍ଯ୍ୟାପ୍ତ ଟିକା ନ ଥିବାରୁ ରାଜ୍ୟର ମାତ୍ର ୨୧୦ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ କରାଯାଇଥିବାବେଳେ ମାତ୍ର ୩୩୮୪୫ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ୬୫୬୭୪୨୯ ଜଣ ହିତାଧିକାରୀଙ୍କୁ ଟିକା ମିଳିଛି । ବଡ କଥା ହେଉଛି, ଆଜି ୮ ଜିଲ୍ଲାରେ ଟୀକାକରଣ ହେବ ନାହିଁ । ବରଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।  ତେବେ ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଜରିରହିଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଦୈନକି ଟିକାକରଣ ସଂଖ୍ୟା ସାମାନ୍ୟ ହ୍ରାସ କରାଯାଇଛି।

ରାଜ୍ୟର ୧୫ଶହ ଟିକାକେନ୍ଦ୍ର ମଧ୍ୟରୁ ଦୈନିକ ମାତ୍ର ୨୦୦ରୁ ୩୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି ବୋଲି ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରୁ ୧୮ରୁ ୪୪ ବର୍ଷୀୟ ୧୫୪୭୮ ସାବାଳକଙ୍କୁ ପ୍ରଥମ ଡୋଜ୍‌ର ଟିକା ମିଳିଛି । ସେହିପରି ୪୫ ରୁ ୫୯ ବର୍ଷ ବୟସ୍କ ବହୁବିଧ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧ ହଜାର ୬୮୯ ଜଣ ଦ୍ୱିତୀୟ ଡୋଜ୍‌ର ଟିକା ନେଇଥିବାବେଳେ ୮୮୪ ଜଣ ପ୍ରଥମ ଡୋଜ୍‌ର ଟିକା ନେଇଛନ୍ତି । ବଡ଼କଥା ହେଲା ଶନିବାର ଜଣେ ହେଲେ ବି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହୋଇନାହାନ୍ତି । ଅନ୍ୟପକ୍ଷେ ରାଜ୍ୟରେ ୧୧୨ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିପରି ୭୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିପରି ୨୭୯୩ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଓ ୨୨୮ ଜଣ ଦ୍ୱିତୀୟ ଡୋଜର ଟିକା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking