16.1 C
Bhubaneswar
Friday, January 28, 2022
Homeଅପରାଧବୃଦ୍ଧ ପିତା ମାତାଙ୍କୁ ହତ୍ୟା ଅଭିଯୋଗ

ବୃଦ୍ଧ ପିତା ମାତାଙ୍କୁ ହତ୍ୟା ଅଭିଯୋଗ

କଟକ : ଚଞ୍ଚକତା କରି ସମ୍ପତ୍ତି ବାଡ଼ି ନିଜ ନାମରେ କରିନେବା ପରେ ପୁଅ ବୋହୁ ମିଶି ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କରି ଶବ ସଂସ୍କାର କରିବାକୁ ନେଉଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇଛି । ମୃତକ ଦମ୍ପତ୍ତି ଇମାମ ନଗର(ଖଇରା)ର କଳ୍ପତରୁ ରାଉତ(୭୨) ଓ ଗୁଣ୍ଡୁରୀ ରାଉତ(୬୫) । ଏଭଳି ଘଟଣା ଘଟିଛି ଜଗତପୁର ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗର( ଖଇରା)ର କଳ୍ପତରୁ ଓ ତାଙ୍କ ପତ୍ନୀ ଗୁଣ୍ଡୁରୀଙ୍କୁ ତାଙ୍କ ପୁତ୍ର ଓ ପୁତ୍ର ବଧୂ ଦୀର୍ଘ ଦିନରୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଅନ୍ୟ ଉପାୟ ନପାଇ ସେମାନେ ତାଙ୍କ ଝିଅ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କଣ୍ଟାଣିଆର ସଞ୍ଜୁକ୍ତା କରଣଙ୍କ ନିକଟରେ ରହୁଥିଲେ ।

ଗତ ଏକ ସପ୍ତାହ ପୂର୍ବେ ସଂଯୁକ୍ତାଙ୍କ ଭାଇ ଶଙ୍କର ଉଭୟ ବାପା ଓ ମା’ଙ୍କୁ ଡକାଇ ଘରକୁ ଆଣିଥିଲେ । ଏହି ସମୟ ମଧ୍ୟରେ ଚଞ୍ଚକତା କରି ସମସ୍ତ ଜମି ବାଡ଼ି ତାଙ୍କ ନାମରେ କରି ନେଇଛନ୍ତି । ଏହାପରେ ଶଙ୍କର ଓ ତା’ର ପରିବାର ବୃଦ୍ଧ ଦମ୍ପତ୍ତିଙ୍କୁ ମାରଧର କରୁଥିବା ନେଇ ତାଙ୍କ ମା’ ଗତ ୪ ଦିନ ପୂର୍ବରୁ ତାଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ଆଜି ପ୍ରାୟ ସାଢେ ଗୋଟାଏ ବେଳେ ତାଙ୍କ ବାପା ଓ ମାଆଙ୍କୁ ବାଡ଼େଇ ମାରି ଦିଆଯାଇଥିବା ସଂପର୍କରେ ସାହିର ଜନୈକ ଲୋକ ତାଙ୍କୁ ଫୋନରେ ଜଣାଇଥିଲେ । ସେ ଆସି ପହଞ୍ଚି ତାଙ୍କ ମା’ଙ୍କ ଦେହରେ କ୍ଷତ ଥିବା ଦେଖିବାକୁ ପାଇଥିଲେ । ଏନେଇ ସଂଯୁକ୍ତା  ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ମୃତ ଦେହକୁ ସତ୍କାର ପାଇଁ ନିଆଯାଉଥିଲା । ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking