32.1 C
Bhubaneswar
Friday, April 26, 2024
Homeଓଡିଶାଜାରିରହିଛି  ଟିକାକରଣ, ୪୧ ହଜାରଙ୍କୁ ପ୍ରିକସନ୍ ଡୋଜ

ଜାରିରହିଛି  ଟିକାକରଣ, ୪୧ ହଜାରଙ୍କୁ ପ୍ରିକସନ୍ ଡୋଜ

ଭୁବନେଶ୍ୱର: ରାଜଧାନୀରେ ଏବେବି ୫୦ରୁ ଉର୍ଦ୍ଧ୍ୱ କେନ୍ଦ୍ରରେ ଜାରି ରହିଛି ଟିକାକରଣ । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ , ଟିକାକରଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୨୪ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୧୩ ହଜାର ୧୮ ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୫ ଲକ୍ଷ ୧୧ ହଜାର ୮୭୩ ପ୍ରଥମ ଡୋଜ ଓ ୧୩ ଲକ୍ଷ ୫୯ ହଜାର ୨୪୬ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୬ ହଜାର ୬୦୩ ଜଣ ୧୫ରୁ ୧୮ବର୍ଷ କିଶୋର ବର୍ଗ ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୧ ହଜାର ୧୯ ଜଣ ପ୍ରିକସନ୍ ଡୋଜ ନେଇଛନ୍ତି । ୩୬ ହଜାର ୨୮୫ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଏବଂ ୩୩ ହଜାର ୯୩୫ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ୮ ହଜାର ୮୨୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରିକ୍ସନ ଡୋଜ ନେଇଛନ୍ତି ।

ଅନ୍ୟପଟେ ୫୬ ହଜାର ୫୭୦ ଜଣ ସମ୍ମୁଖଯୋଦ୍ଧା ପ୍ରଥମ ଡୋଜ ଏବଂ ୫୧ ହଜାର ୮୨୩ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ୭ ହଜାର ୨୫୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରିକସନ୍ ଡୋଜ ଦିଆଯାଇଛି । ତେବେ ୪୫ ବର୍ଷରୁ ୫୯ବର୍ଷ ବୟସ୍କଙ୍କ ମଧ୍ୟରେ ୩ ଲକ୍ଷ ୨୬ ହଜାର ୮୪୯ ଜଣ ପ୍ରଥମ ଡୋଜ, ୩ ଲକ୍ଷ ୨ ହଜାର ୧୨୮ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି । ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ମଧ୍ୟରେ ୧ ଲକ୍ଷ ୬୧ ହଜାର ୯୧୯ ଜଣ ପ୍ରଥମ ଡୋଜ, ୧ ଲକ୍ଷ ୪୭ ହଜାର ୩୦୨ ଜଣ ଦ୍ୱିତୀୟ ଡୋଜ ଏବଂ ୨୪ ହଜାର ୯୪୦ ଜଣ ପ୍ରିକସନ୍  ଡୋଜ ନେଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking