28.1 C
Bhubaneswar
Friday, March 29, 2024
Homeଅପରାଧମାତିଛନ୍ତି ସାଇବର ଠକ : ରେଳକର୍ମଚାରୀଙ୍କ ଠାରୁ ଲୁଟିଲେ ୭୩ହଜାର

ମାତିଛନ୍ତି ସାଇବର ଠକ : ରେଳକର୍ମଚାରୀଙ୍କ ଠାରୁ ଲୁଟିଲେ ୭୩ହଜାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଟେକନିସିଆନ୍ ସାଇବର ଠକଙ୍କ ଶିକାର ହୋଇଛନ୍ତି । ଏସବିଆଇର୍ ଗ୍ରାହକ ସେବା କେନ୍ଦ୍ରରୁ ଫୋନ୍ କରିଥିବା କହି ସାଇବର ଠକ ଟେକନିସିଆନଙ୍କ ୭୩ହଜାର ଟଙ୍କା ଲୁଟିନେଇଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ନିର୍ମଳ ଚନ୍ଦ୍ର ଦାସ(୫୯) । ଏନେଇ ସେ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ନିର୍ମଳଙ୍କ ଏସ୍‌ବିଆଇ ‘ୟନୋ’ ଆପ୍‌ରେ ଭୁଲ୍ ପିନ୍ ମାରିବାରୁ ବ୍ଲକ୍ ହୋଇଯାଇଥିଲା । ଏନେଇ ସେ ‘ୟନୋ’ ଗ୍ରାହକ ସେବା ନମ୍ବରକୁ ଫୋନ୍ କରିଥିଲେ ।

ହେଲେ କେହି ଫୋନ୍ ରିସିଭ୍ କରିନଥିଲେ । ପରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ନିର୍ମଳ ଫୋନ୍ ଉଠାଇଥିଲେ । ସେପଟୁ ଏସ୍‌ବିଆଇ ‘ୟନୋ’ ଗ୍ରାହକ ସେବା କେନ୍ଦ୍ରରୁ ଫୋନ୍ କରିଥିବା ସାଇବର ଠକ କହିଥିଲା । ଏହାପରେ ସାଇବର ଠକ ନିର୍ମଳଙ୍କୁ ତାଙ୍କର ବ୍ୟାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଥିଲା । ପରେ ସାଇବର ଠକ ତାଙ୍କ ମୋବାଇଲକୁ ମେସେଜ୍ ଜରିଆରେ ଏକ ଲିଙ୍କ୍ ପଠାଇଥିଲା । ସେହି ଲିଙ୍କ୍‌କୁ ନିର୍ମଳ କ୍ଲିକ୍ କରିଦେବାରୁ ତାଙ୍କ ମୋବାଇଲରେ ଏକ ଏନିଡ଼େସ୍କ ଆପ୍ ଡ଼ାଉନଲୋଡ୍ ହୋଇଯାଇଥିଲା ।

ଏହାପରେ ତାଙ୍କ ମୋବାଇଲକୁ ସାଇବର ଠକ ଆକ୍ସେସ୍ କରିନେଇଥିଲା । ପରେ ନିର୍ମଳଙ୍କ ଏସ୍‌ବିଆଇ ଆକାଉଣ୍ଟରେ ହୋଇଥିବା ଆର୍‌ଡ଼ିକୁ ଭାଙ୍ଗି ସାଇବର ଠକ ୩ରୁ ୪ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା । ଏହାପରେ ସାଇବରଠକ ନିର୍ମଳଙ୍କୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପଚାରିଥିଲା । ଏସବିଆଇ ଗ୍ରାହକ ସେବା କର୍ମଚାରୀ ଅନ୍ୟବ୍ୟାଙ୍କ ସମ୍ପର୍କରେ ପଚାରିବାରୁ ନିର୍ମଳଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ୭୩ହଜାର ଟଙ୍କା ଟ୍ରାନ୍ସଫର ହୋଇଯାଇଥିବା ଦେଖିଥିଲେ । ଏହାପରେ ସେ ତୁରନ୍ତ ଫୋନ୍ କାଟି ସ୍ୱିଚ୍ ଅଫ୍ କରିଦେଇଥିଲା । ତା’ ପରଦିନ ଅର୍ଥାତ ୨୦ତାରିଖ ସକାଳେ ବ୍ୟାଙ୍କରେ ଅଭିଯୋଗ କରିଥିଲେ । ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ହେଲେ ସାଇବର ଥାନା ପକ୍ଷରୁ ତାଙ୍କୁ କୌଣସି ସହଯୋଗ କରାଯାଉନଥିବା ସେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking