29.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଡାକ୍ତରଙ୍କ ଅବସର ବୟସ ସୀମା ଆଉ ୫ ବର୍ଷ ବୃଦ୍ଧି !

ଡାକ୍ତରଙ୍କ ଅବସର ବୟସ ସୀମା ଆଉ ୫ ବର୍ଷ ବୃଦ୍ଧି !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡାକ୍ତରଙ୍କ ଅବସର ବୟସ ସୀମା ଆଉ ୫ ବର୍ଷ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏମିତି ନିଷ୍ପତିକୁ ନେଇ ଡାକ୍ତରଙ୍କ ମଧ୍ୟରେ କେଉଁଠି ଉଲ୍ଲାସ ତ ଆଉ କେଉଁଠି ଅସନ୍ତୋଷ ର ମାହୋଲ ରହିଛି । ଡାକ୍ତରଙ୍କ ଏକ ଗ୍ରୁପ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ଗ୍ରୁପ ଉତ୍ସାହିତ ବି ଅଛନ୍ତି ।
ଡାକ୍ତରଙ୍କ ଅବସର ବୟସ ସୀମା ବର୍ତମାନ ୬୫ ବର୍ଷ ରହିଛି । ଯୋଗୀ ବର୍ତମାନ ଏହାକୁ ୫ ବର୍ଷ ବୃଦ୍ଧି କରି ୭୦ ବର୍ଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟାମନ୍ତ୍ରୀଙ୍କ ଏମିତି ନିଷ୍ପତି ପଛରେ କରୋନା କାଳରେ ଡାକ୍ତରଙ୍କ ଅଭାବକୁ ବଡ କାରଣ ବୋଲି କୁହାଯାଉଛି । ଏହା ବି କୁହାଯାଉଛି, ବୟସ ସୀମା ବୃଦ୍ଧି ଦ୍ୱାରା ତାଙ୍କ ଅଭିଜ୍ଞତାର ଅଧିକରୁ ଅଧିକ  ଲାଭ ନିଆଯାଇପାରିବ । ମାତ୍ର ସରକାରଙ୍କ ଏହି ନିଷ୍ପତି ଲାଗୁ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇ ଯାଇଛି । ଯଦି ଏହା ଲାଗୁ ହୁଏ, ତେବେ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ଫାକଲଟି ମେମ୍ବରର ସିଟ ବି ବଢିପାରିବନି । ଯାହାଦ୍ୱାରା ନୂଆ ଡାକ୍ତରଙ୍କୁ ସୁଯୋଗ ମିଳିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking