31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶରହସ୍ୟମୟ ହ୍ରଦ, ଯେଉଁଠିକୁ ଯିବା ପରେ କେହି ଆଉ ଫେରିନାହାଁନ୍ତି

ରହସ୍ୟମୟ ହ୍ରଦ, ଯେଉଁଠିକୁ ଯିବା ପରେ କେହି ଆଉ ଫେରିନାହାଁନ୍ତି

ନୂଆଦିଲ୍ଲୀ: ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ ହୋଇ ରହିଛି ।  ଅନେକ ସ୍ଥାନ ଏଲିଅନ୍ସଙ୍କ ପାଇଁ ତ ଆଉ କିଛି ଭୂତଙ୍କ ପାଇଁ ରହସ୍ୟମୟ ବୋଲି କୁହାଯାଏ । ଭାରତରେ ଏକ ଏମିତି ହ୍ରଦ ଅଛି, ଯାହାକୁ ନେଇ କୁହାଯାଏ କି, ସେଠାକୁ ଯିଏ ଯାଇଛି, ଆଉ ଫେରି ଆସିପାରିନାହିଁ । ଏହି ହ୍ରଦର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ଖୋଜି ପାଇ ନାହାନ୍ତି । ଭାରତ ଓ ମିଆଁମାର ସୀମାରେ ଏହା ଅବସ୍ଥିତ । ଏଥିରେ କିଛି ରହସ୍ୟମୟ ଘଟଣା ନିଜ ଭିତରେ ସାମିତ ହୋଇ ରହିଛି । ଏହି ହ୍ରଦ ବିଷୟରେ ଅନେକ ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ । ଏହାକୁ ଲେକ ଅଫ ନୋ ରିଟର୍ଣ୍ଣ ନାମରେ ବି ଜଣାଯାଏ । ଏହା ଅରୁଣାଚଳପ୍ରଦେଶରେ ରହିଛି । କୁହାଯାଏ, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ମଧ୍ୟରେ ଆମେରିକା ବିମାନର ପାଇଲଟ ସେଠାରେ ସମତଳ ଭୂମି ଭାବି ଜରୁରୀକାଳିନ ଅବତରଣ କରିଥିଲେ । ହେଲେ ସେହି ଜାହାଜ ପାଇଲଟଙ୍କ ସମେତ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲା । ତେବେ ଏହି ହ୍ରଦ ସହ ଆଉ ଏକ ରହସ୍ୟ ବି ରହିଛି । କୁହାଯାଏ,   ଯୁଦ୍ଧ ସମାପ୍ତ ହେବା ପରେ ଜାପାନର ସୈନିକ ଫେରୁଥିଲେ, ସେହି ସମୟରେ ଏହି ହ୍ରଦ ନିକଟରେ ଅଚାନକ ରାସ୍ତା ଭୁଲି ଯାଇ ନିଖୋଜ ହୋଇ ଯାଇଥିଲେ । ହେଲେ କିଛି ଲୋକେ ମାନନ୍ତି କି ସୈନିକଙ୍କୁ ମ୍ୟାଲେରିଆ ହୋଇଯାଇଥିଲା । ଯେଉଁଥିପାଇଁ ସେ ସମସ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ବାସ୍ତବରେ ସତ କଣ ତାହା ଆଜି ବି ଜଣାପଡିଲା ନାହିଁ ।  ଏହାକୁ ବାଦ ଦେଲେ ଲେକ ଅଫ ନୋ ରିଟର୍ଣ୍ଣ ହ୍ରଦ ସହ ଜଡିତ ଆଉ ଏକ ରହସ୍ୟ ରହିଛି । ସ୍ଥାନୀୟ ଲୋକେ ଏହାକୁ ନେଇ ଆଉ କଥା ବି କୁହନ୍ତି । ଆଖପାଖ ଲୋକଙ୍କ କହିବାନୁସାରେ, ଅନେକ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଏକ ବଡ ମାଛ ଧରିଥିଲା  ଓ ପୁରା ଗାଁ କୁ ଭୋଜି ଦେଇଥିଲେ । ହେଲେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀକୁ ସେହି ଭୋଜିକୁ ଡାକିନଥିଲେ । ଏହା କଥାରେ କ୍ଷୁବ୍ଧ ହୋଇ ହ୍ରଦର ଦେଖାଶୁଣା କରୁଥିବା ବ୍ୟକ୍ତି ସେହି ବୃଦ୍ଧା ଓ ତାଙ୍କ ନାତୁଣୀକୁ ଗାଁ ଠୁ ଦୂରକୁ ଚାଲିଯିବାକୁ କହିଲେ । ଏହାପରେ ତା ପରଦିନ ସଂପୂର୍ଣ୍ଣ ଗାଁ ହ୍ରଦରେ ନିମଗ୍ନ ହୋଇଗଲା । ବୈଜ୍ଞାନିକମାନେ ଏହି ହ୍ରଦରେ ଥିବା ରହସ୍ୟର ସମାଧାନ କରିବାକୁ ପ୍ରୟାସ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସଫଳତା ମିଳିନାହିଁ । ଆଜି ପର୍ଯ୍ୟନ୍ତ ଏହା ରହସ୍ୟ ହୋଇ ରହିଛି ଯେ, ସେଠାକୁ ଯାଉଥିବା ବ୍ୟକ୍ତି ପ୍ରକୃତରେ କୁଆଡେ ଗାୟବ ହୋଇଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking