30.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକା ସହ ଗଣଦୁଷ୍କର୍ମ କରି ଭିଡିଓ ବନାଇଲେ ଦୁଷ୍କର୍ମକାରୀ

ନାବାଳିକା ସହ ଗଣଦୁଷ୍କର୍ମ କରି ଭିଡିଓ ବନାଇଲେ ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ବିହାର ସମସ୍ତୀପୁର ଜିଲ୍ଲା ରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ କରିବା ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ଏବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । କହିରଖୁଛୁ, ପୀଡିତା ନାବାଳିକା ନିଜ ବନ୍ଧୁ ମନିଷ କୁମାରଙ୍କ ସହିତ ରୋସଡା ବୁଲିବା ପରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଯେତେବେଳେ ସେମାନେ ଦୁଇ ଜଣ ସିଘିଂଆ ପୁଲ ନିକଟରେ ପହଂଚିଥିଲେ, ସେତେବେଳେ ଦିଲ୍ଲୀପ ଠାକୁର ଓ କୈଳାସ ମହତୋ ସେ ଦୁହିଁଙ୍କୁ ଧରି ନେଇଥିଲେ । ଏହାସହିତ ସେମାନଙ୍କର ଆଉ ଦୁଇ ସାଙ୍ଗ ରାମ ଲଳିତ ସିଂହ ଓ ପପୁ କୁମାରକୁ କଲ କରି ଡାକିଥିଲେ । ଏହାପରେ ୪ ଜଣ ଯାକ ମିଶି ନାବାଳିକା ଓ ତା ସାଙ୍ଗକୁ ଘେରି ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିଲେ ।  ଏହାପରେ ଲଲିତ ପପୁ ମୋବାଇଲରେ ନାବାଳିକା ର ଗଣ ଦୁଷ୍କର୍ମ ଭିଡିଓ ରେକର୍ଡ କରିଥିଲେ । ପିଡୀତା ବିଭୂତିପୁର ଥାନାରେ ଆବେଦନ କରି ନ୍ୟାୟ ପାଇଁ ଗୁହାରି କରିଥିଲେ । ପରେ ସମସ୍ତୀପୁର ଏସପି ମାନବଜିତ ସିଂ ଢିଲୋଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କ ଗିରଫଦାରି ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେମାନଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲା । ପୁଲିସ ଏହି ମାମଲାରେ ମନୀଷ କୁମାର, ଦିଲୀପ ଠାକୁର, ପପୁ କୁମାର ଓ ରାମଲଲିତ ସିଂହଙ୍କୁ ଗିରଫ କରିଛି । ଏହାସହିତ ଭିଡିଓ ରେକର୍ଡ କରାଯାଇଥିବା ମୋବାଇଲକୁ ବି ପୁଲିସ ଜବତ କରିଛି । ହେଲେ କୈଳାସ ମହତୋ ନାମକ ଅଭିଯୁକ୍ତ ଏବେ ବି ଫେରାର ଅଛି । ତା ନାମରେ ପୂର୍ବ ବି ଥାନାରେ ଆର୍ମସ ଆକ୍ଟ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking