27.1 C
Bhubaneswar
Tuesday, May 7, 2024
Homeଓଡିଶାଉତ୍କଳ ଚାମ୍ୱର ଅଫ କମର୍ସ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ର, ଭୁବନେଶ୍ବର ଶାଖାର ମିଳିତ ଉଦ୍ୟମରେ...

ଉତ୍କଳ ଚାମ୍ୱର ଅଫ କମର୍ସ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ର, ଭୁବନେଶ୍ବର ଶାଖାର ମିଳିତ ଉଦ୍ୟମରେ କର୍ମଶାଳା

ଭୁବନେଶ୍ୱର : ଆଜି ଉତ୍କଳ ଚାମ୍ୱର ଅଫ କମର୍ସ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ର, ଭୁବନେଶ୍ବର ଶାଖାର ମିଳିତ ଉଦ୍ୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଏକ ଶହରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀ ଯୋଗ ଦେଇ ବିଭିନ୍ନ ବ୍ୟବସାୟିକ ସମ୍ଭାବନା ଓ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଯୋଗ ଦେଇ ମହିଳାମାନଙ୍କ ବିକାଶ ଦିଗରେ ମତବ୍ୟକ୍ତ କରିବା ସହିତ ମହିଳା ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ମହିଳା ଆତ୍ମନିର୍ଭର ଅଭିଯାନର ଅଧ୍ୟକ୍ଷା ଡ଼ଃ ରୀନା ରାଉତରାୟ ଯୋଗ ଦେଇ ତୃଣମୂଳ ସ୍ତରରେ ମହିଳା ଉଦ୍ୟୋଗୀ ମାନଙ୍କ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋକପାତ କରିଥିଲେ।ଭାରତ ସରକାରଙ୍କ MSME ବିଭାଗର ଯୁଗ୍ମ ସଚିବ ଶ୍ରୀ ପି. କେ. ଗୁପ୍ତା ଓ ଉତ୍କଳ ଚାମ୍ୱର ଅଫ କମର୍ସର ଶ୍ରୀ ବ୍ରହ୍ମ ମିଶ୍ର, ଶ୍ରୀମତୀ ଜୟଶ୍ରୀ ମିଶ୍ର ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର, ଭୁବନେଶ୍ବରର ଆବାହିକା ଶ୍ରୀମତି ଜ୍ୟୋସ୍ନା ଦାସ ଏବଂ ଶ୍ରୀମତୀ ଗାରୋନିକା ମହାପାତ୍ର ଉପସ୍ଥିତ ରହି ଏହି କର୍ମଶାଳାଟିକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking