29.1 C
Bhubaneswar
Tuesday, May 7, 2024
Homeଓଡିଶାଜମି କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

ଜମି କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

ସମ୍ବଲପୁର: ବଦଳିଲା ଜମି କିଣାବିକା ନିୟମ । ଏଣିକି ଜମି କିଣାବିକା ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ ବୁକିଂ । ଜମିଜମା କିଣାବିକା ଇ-ରେଜିଷ୍ଟ୍ରେସନ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ଭିଡ଼ ସମସ୍ୟା ଦୂର କରିବା, ଦଲାଲମାନଙ୍କ ପ୍ରାଦୁର୍ଭାବ ହ୍ରାସ କରିବା ତଥା ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏହି ପରିବର୍ତ୍ତନ କରିଛନ୍ତି । ଅନଲାଇନ ସ୍ଲଟ ବୁକିଂରେ ଯେଉଁ ସମୟ ମିଳିଥିବ ସେହି ସମୟରେ ପଞ୍ଜିକରଣ ହେବ । ଏନେଇ ସମ୍ବଲପୁର ସବ ରେଜିଷ୍ଟରଙ୍କ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁର ସବ ରେଜିଷ୍ଟ୍ରରଙ୍କ ସୂଚନା ଅନୁସାରେ, ଜମି କିଣିବା ବିକିବା ଅଥବା ପଞ୍ଜିକରଣ ପାଇଁ ଆଉ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ଭିଡ଼ ହେବ ନାହିଁ କ୍ଷ କାରଣ ଏବେ ଜମିଜମା ସଂକ୍ରାନ୍ତୀୟ କିଣାବିକା ପାଇଁ ଆଗୁଆ ଅନଲାଇନରେ ସ୍ଲଟ ବୁକିଂ କରିବା ବାଧ୍ୟତାମୂଳକ ହୋଇଛି । ବିନା ସ୍ଲଟ ବୁକିଂରେ ଜମି କିଣାବିକା ହୋଇପାରବ ନାହିଁ । ମୁଖ୍ୟତଃ ସମ୍ବଲପୁରରେ ବ୍ୟାପକ ଜମି କିଣାବିକା ପ୍ରକ୍ରିୟା ହେଉଥିବା ବେଳେ ଲୋକମାନେ ଅନେକ ସମୟରେ ଠକେଇର ଶିକାର ହେଉଥିଲେ । ଅନ୍ୟପଟେ ଦଲାଲମାନଙ୍କ ପ୍ରାଦୁର୍ଭାବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଫଳରେ ସାଧାରଣ ଲୋକଙ୍କ ଅଧିକ ଟଙ୍କା ଓ ସମୟ ନଷ୍ଟ ହେଉଥିଲା । ବର୍ତମାନ ଏହି ନୂତନ ପ୍ରକ୍ରିୟା ଦ୍ୱାରାଏହିସବୁ ସମସ୍ୟା ହ୍ରାସ ପାଇବ ବୋଲି ସବରେଜିଷ୍ଟ୍ରର କହିଛନ୍ତି ।

ଏହି ନୂତନ ପ୍ରକ୍ରିୟା ଦ୍ୱାରା ଯଦି କୌଣସି ବ୍ୟକ୍ତି ଅନଲାଇନରେ ପଞ୍ଜିକରଣ କରି ସ୍ଲଟ ନେଇ ନଥିବେ ତେବେ ଜମି କିଣାବିକାର ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ତତ୍କାଳ ଅନଲାଇନ ସ୍ଲଟ ବୁକିଂର ବ୍ୟବସ୍ଥା ରହିଛି । ଏଭଳି ନିୟମ ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଅଟେ । ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଜମି କିଣାବିକା ପାଇଁ ନିଜ ସୁବିଧା ଅନୁସାରେ ସମୟ ନେଇପାରିବେ କ୍ଷ ଏଭଳି ସ୍ଥିତିରେ ଅଧିକାରୀମାନେ ଜମି କିଣାବିକା କରୁଥିବା ବ୍ୟକ୍ତିଙ୍କ ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ ଓ ଜମି ଜାଲିଆତିରେ ଅଙ୍କୁଶ ଲାଗି ପାରିବ । ପ୍ରକାଶଥାଉ କି, ରାଜ୍ୟର ୨୦୫ଟି ସବ ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ ସ୍ଲଟ ବୁକିଂ କରାଯାଉଛି । ସମ୍ବଲପୁରରେ ଜମି ଠକେଇ ଘଟଣା ବୃଦ୍ଧି ପାଉଥିବା ବେଳେ ଏହି ନିୟମ ଦ୍ୱାରା ଏଥିରେ ହ୍ରାସ ଆସିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking