29.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନଦୁର୍ଘଟଣାର ଶିକାର ହେଲେ ଉର୍ବଶୀ ଢୋଲକିଆ, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

ଦୁର୍ଘଟଣାର ଶିକାର ହେଲେ ଉର୍ବଶୀ ଢୋଲକିଆ, ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ

ମୁମ୍ଵାଇ : ଛୋଟ ପରଦାର ଜଣାଶୁଣ ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ଆସୁଛି । ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀଙ୍କର ମୁମ୍ବାଇରେ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ହେଲେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇନାହାଁନ୍ତି। ଏହା ଜଣା ଯେ ଉର୍ବଶୀ ସୁପରଷ୍ଟାର ସଲମାନ ଖାନଙ୍କ ରିଆଲିଟି ଟିଭି ସୋ ବିଗ୍ ବସ୍ -୬ର ବିଜେତା ହୋଇଛନ୍ତି।

ଉର୍ବଶୀଙ୍କର ଏହି ଦୁର୍ଘଟଣା ଶନିବାର ଘଟିଛି। ସେ ଶୋ’ର ସୁଟିଂ ପାଇଁ ତାଙ୍କ କାରରେ ବସି ମୁମ୍ବାଇର ମିରା ରୋଡ୍ ଫିଲ୍ମ ଷ୍ଟୁଡିଓ ଆଡକୁ ଯାଉଛନ୍ତି। ତା’ପରେ ପିଲାମାନଙ୍କ ପରିପୂର୍ଣ୍ଣ ଏକ ସ୍କୁଲ ବସ୍ ପଛରୁ ଆସି ଉର୍ବଶୀଙ୍କ କାରକୁ ଧକ୍କା ଦେଇଥିଲା। ତେବେ ଉର୍ବଶୀ ଏବଂ ତାଙ୍କ କର୍ମଚାରୀମାନେ ଏହି ଦୁର୍ଘଟଣାରେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହା ମଧ୍ୟ କୁହାଯାଉଛି ଯେ ଏକ ସ୍କୁଲ ବସ୍ ହୋଇଥିବାରୁ ଏହି ମାମଲାରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଉର୍ବଶୀ।

ତେବେ ସଡ଼କ ଦୁର୍ଘଟଣାରେ ଉର୍ବଶୀ  କୌଣସି ଗୁରୁତର ଆଘାତ ସମ୍ପର୍କରେ ସୂଚନା ମିଳିନାହିଁ। ସୂତ୍ରରୁ ପ୍ରକାଶ ଯେ, ଉର୍ବଶୀଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଦୁର୍ଘଟଣାର ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking