36.1 C
Bhubaneswar
Sunday, May 19, 2024
Homeଅପରାଧନବ ଦାସ ହତ୍ୟା ଘଟଣାରେ ନରସିଂହଙ୍କ ପ୍ରତିକ୍ରିୟା; ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ନବ ଦାସ ହତ୍ୟା ଘଟଣାରେ ନରସିଂହଙ୍କ ପ୍ରତିକ୍ରିୟା; ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ରାଜନୀତିରେ ଏ ନେଇ ଚର୍ଚ୍ଚା ଲାଜି ରହିଛି । ବିରୋଧୀ ଦଳ ଏ ଘଟଣାକୁ ନେଇ ନିନ୍ଦା କରିବା ସହ ଓଡିଶା ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରୁଛନ୍ତି ବିରୋଧୀ ଦଳର ନେତା । ତଦନ୍ତ ପ୍ରକ୍ରିିୟାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ତେବେ ହତ୍ୟା ଘଟଣାରେ ଏସଆଇଟିର ତଦନ୍ତ ସପକ୍ଷରେ ମତ ଦେଇଛନ୍ତି ନରସିଂହ । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଦାବି କରିଛନ୍ତି ଶ୍ରୀ ମିଶ୍ର । ଓଡିଶା ପୋଲିସ ଉପରେ ବିଶ୍ୱାସ ନାହିଁ ।

ସେପଟେ ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାଁରେ ମଧ୍ୟ ବିଭିନ୍ନ ଅଭିଯୋଗ ଆସୁଛି । ଚିଟଫଣ୍ଡ ଏବଂ ଅନ୍ୟାନ୍ୟ ମାମଲାରେ ସିବିଆଇ ତଦନ୍ତରୁ କି ଫଳ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଠିକ ସେମିତି ନବ ଦାସ ହତ୍ୟା ମାମଲାରେ ମଧ୍ୟ ସିବିଆଇ ତଦନତ ଫଳପ୍ରଦ ହେବନି ବୋଲି ସେ ଯୁକ୍ତି କରିଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ସମସ୍ତେ ନିରପେକ୍ଷ ତଦନ୍ତ ଚାହୁଁଛନ୍ତି । ଏହାଛଡା ଯେଉଁ ତଦନ୍ତରେ ଲୋକମାନେ ସନ୍ତୁଷ୍ଟ ନୁହନ୍ତି, ସେଭଳି ତଦନ୍ତ ନ କରିବା ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ପୋଲିସ ଡିଜିଙ୍କୁ ନେଇ ମଧ୍ୟ ସେ ବଡ ମନ୍ତବ୍ୟ ଦେଇଛନ୍ତି । ଘଟଣାର ସ୍ପଷ୍ଟ ସୂଚନା ଦେବା ହେଉଛି ପୋଲିସ ଡିଜିଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ । କିନ୍ତୁ ସେଥିରେ ଅନେକାଂଶରେ ଖିଲାପ ଦେଖିବାକୁ ମିଳିଛି । ଓଡିଶାରେ ଜଣେ ଡିଜି ଥିବା ଭଳି ମନେ ହେଉ ନଥିବା କହିଛନ୍ତି ନରସିଂହ ମିଶ୍ର ।

ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏଭଳି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ । ଏଠି ମୁଖ୍ୟ ନିଦାବିଷ୍ଣୁ ସାଜିଛନ୍ତି ଖୋଦ ଗୃହମନ୍ତ୍ରୀ ଯେଉଁଥିପାଇଁ ଆଜି ଏଭଳି ଘଟଣା ଦେଖାଯାଇଛି । ତେବେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୃହ ବିଭାଗ ଛାଡିବା ଉଚିତ ବୋଲି ସେ ଦାବି କରିଛନ୍ତି । ଏହାପରେ ଜଣେ ଦକ୍ଷ ଲୋକଙ୍କୁ ଗୃହ ବିଭାଗର ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking