28.1 C
Bhubaneswar
Saturday, April 27, 2024
Homeଉତ୍ତରପ୍ରଦେଶ ରାଜନୀତିବିଧାନସଭା ନିର୍ବାଚନ ଲଢିବେନି ବିଏସପି ଅଧ୍ୟକ୍ଷ ମାୟାବତୀ

ବିଧାନସଭା ନିର୍ବାଚନ ଲଢିବେନି ବିଏସପି ଅଧ୍ୟକ୍ଷ ମାୟାବତୀ

ନୂଆଦିଲ୍ଲୀ: ବିଏସପି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ବିଧାନସଭା ନିର୍ବାଚନ ଲଢିବେ ନାହିଁ । ସେ ନିଜେ ବି ଚଳିତ ଥର ବିଧାନସଭା ନିର୍ବାଚନ ରେ କୌଣସି ସିଟରୁ ଲଢିବେ ନାହିଁ ।
କହିରଖୁଛୁ, ବିଗତ ଦିନରେ ବିଏସପି କାର୍ଯ୍ୟକର୍ତ୍ତାଙ୍କ ସହିତ ମାୟାବତୀ ବୈଠକ କରିଥିଲେ । ଏହି ବୈଠକରେ ସେ ସମସ୍ତ ନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କୋଭିଡ ନିୟମର ପାଳନ କରାଯିବ । ଏହାବ୍ୟତୀତ ସେ କହିଥିଲେ କି ଦଳର ନେତା, ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ସମର୍ଥକ ତାଙ୍କ ଜନ୍ମଦିନକୁ ନିଜ ପରିବାର ସଦସ୍ୟଙ୍କ ସହିତ ନିଜ ଘରେ ପାଳନ କରନ୍ତୁ । ସେମାନଙ୍କୁ ଗିରବ ଲୋକଙ୍କ ସାହାଯ୍ୟ କରିବା ଦରକାର । ଯେଉଁମାନେ କୋଭିଡରେ ଆକ୍ରାନ୍ତ । ସୂଚନାଯୋଗ୍ୟ, ମାୟାବତୀ ୧୫ ଜାନୁୟାରୀ ରେ ନିଜର ୬୬ତମ ଜନ୍ମଦିନ ପାଳନ କରିବେ । ମାୟାବତୀ ଭାରତୀୟ ରାଜନୀତିର ଏକ ବଡ ନାମ । ସେ ୪ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବନିଥିବା ଏକମାତ୍ର ନେତା ।
ସେହିଭଳି ବିଧାନସଭା ନିର୍ବାଚନକୁ ନେଇ ଯଦି କହିବା ତେବେ ବିଏସପି ଅଧିକାଂଶ ଆସନରେ ଆଶାୟୀ ପ୍ରାର୍ଥୀଙ୍କ ସୂଚୀକୁ ଅନ୍ତିମ ରୂପ ଦେଇସାରିଛି । ସେମାନଙ୍କ ନାମ ୧୪ ଜାନୁୟାରୀ ରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ମତଦାନର ଅଧିସୂଚନା ସହିତ ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking