27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଲତା ମଙ୍ଗେଶକର କରୋନା ପଜିଟିଭ୍

ଲତା ମଙ୍ଗେଶକର କରୋନା ପଜିଟିଭ୍

ମୁମ୍ବାଇ : ସୁର କୋକିଲା ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି । ଲତା ଦିଦିଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି ।

କୋଭିଡ କାରଣରୁ ଲତା ମଙ୍ଗେଶକରଙ୍କୁ ନିମୋନିଆ ହୋଇଯାଇଛି , ଯାହାକୁ କୋଭିଡ ନିମୋନିଆ କୁହାଯାଏ। ଲତା ମଙ୍ଗେଶକର ଶନିବାର ରାତିରୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି। କରୋନା କାରଣରୁ ତାଙ୍କ ଅବସ୍ଥା ବହୁତ ଭଲ ନାହିଁ ବୋଲି କୁହାଯାଉଛି । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଲତା ମଙ୍ଗେଶକର କରୋନା ସଂକ୍ରମିତ। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
92 ବର୍ଷିୟ ପ୍ରସିଦ୍ଧ ଗାୟକ ଲତା ମଙ୍ଗେଶକରଙ୍କ ଭଣଜା ରଚନା ମଧ୍ୟ ଏ ନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର କରୋନା ର ସାମାନ୍ୟ ଲକ୍ଷଣ ଅଛି ଏବଂ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ କହିଛନ୍ତି ଯେ ଲତା ଦିଦିଙ୍କ ଅସୁସ୍ଥତା ଖବର ତାଙ୍କୁ ମିଳିଛି । ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଲତା ମଙ୍ଗେଶକରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଆମେ ଲତା ଦିଦି ଶୀଘ୍ର ସୁସ୍ଥ ହେବାକୁ ଚାହୁଁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking