40.1 C
Bhubaneswar
Thursday, April 25, 2024
Homeପଞ୍ଜାବ ରାଜନୀତିସଂଯୁକ୍ତ ସମାଜ ମୋର୍ଚ୍ଚାକୁ ଝଟକା

ସଂଯୁକ୍ତ ସମାଜ ମୋର୍ଚ୍ଚାକୁ ଝଟକା

ପଂଜାବ: କୃଷକ ଆନ୍ଦୋଳନରୁ ରାଜନୀତି କରିଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଭାରତୀୟ କୃଷକ ୟୁନିଅନର ନେତା ଜୋଗିନ୍ଦର ସିଂହ ଉଙ୍ଗରାହା କହିଛନ୍ତି, ସେ ବିଧାନସଭା ନିର୍ବାଚନରେ ସଂଯୁକ୍ତ ସମାଜ ମୋର୍ଚ୍ଚାର ସମର୍ଥନ କରିବେ ନାହିଁ । ଯୋଗିନ୍ଦର ସିଂ ଉଗରାହଂ ସ୍ପଷ୍ଟ କରିଦେଇଛନ୍ତି ଯେ ସେ ବିଧାନସଭା ନିର୍ବାଚନ ଲଢିବେନି ।
ବିକୟେୁ ପଂଜାବର ସବୁଠୁ ବଡ କୃଷକ ସଂଗଠନରୁ ଗୋଟିଏ । ସଂଗଠନର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଦିଲ୍ଲୀର ଟିକରୀ ବର୍ଡରରେ ଡେରା ପକାଇଥିଲେ । ବିକେୟୁ ଉଗରାହାଂ କହିଛନ୍ତି, ନା ଆମେ ନିର୍ବାଚନ ମଇଦାନରେ ଓହ୍ଲାଇଥିବା କୃଷକ ସଂଗଠନର ସମର୍ଥନ କରିବୁ ନା ନିର୍ବାଚନରେ ଭାଗ ନେବୁ ।
ଉଗରାହଂ କହିଛନ୍ତି ଯେ, ସେ ସଂଯୁକ୍ତ କୃଷକ ମୋର୍ଚ୍ଚାର କୃଷକ ସଂଗଠନର ଦାବି ଯେପରି ନୂନ୍ୟତମ ସମର୍ଥନ ମୂଲ୍ୟ ପାଇଁ ସମିତି ଗଠନ କରିବା । ଏହାସହ ରାଜ୍ୟରେ ଆସନ୍ତା ବିଧାନସଭା ନିର୍ବାଚନରେ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଥିବା କୃଷକ ସଂଗଠନ ଉପରେ ୧୫ ଜାନୁୟାରୀରେ ଡକାଯାଇଥିବା ବୈଠକରେ ଭାଗ ନେବେ ।
କହିରଖୁଛୁ ଯେ, ପଂଜାବରେ ଅନେକ କୃଷକ ସଂଗଠନ ୩ କୃଷି ଆଇନ ବିରୋଧରେ ଭାଗ ନେଇଥିଲେ ଓ ଗତ ମାସରେ ସେମାନେ ଏସଏସଏମ ନାମରେ ରାଜନୀତି ମୋର୍ଚ୍ଚା ବନାଇଥିଲେ । ଆସନ୍ତା ପଂଜାବ ବିଧାନସଭା ନିର୍ବାଚନରେ ପାଦ ଥାପିବା ପାଇଁ ନିଷ୍ପତ୍ତି ନେଇଥିଲେ । ସଂଯୁକ୍ତ ସମାଜ ମୋର୍ଚ୍ଚାର ବଲବୀର ସିଂ ରୋଜବାଲ ଘୋଷଣା କରିଛନ୍ତି ଯେ, ସେ ମନସା ବିଧାନସଭା ସିଟରୁ ନିର୍ବାଚନ ଲଢିବେ । ଏହାବ୍ୟତୀତ ଆଉ ଜଣେ କୃଷକ ନେତା ରଲଦୁ ସିଂହ ମମନସା ବିଧାନସଭା ସିଟରୁ ଭାଗ୍ୟ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking