29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକାୟା ମେଲାଉଛି ଭାଇରାଲ ଜ୍ୱର, ନେଲାଣି ୧୦୦ରୁ ଅଧିକ ଜୀବନ 

କାୟା ମେଲାଉଛି ଭାଇରାଲ ଜ୍ୱର, ନେଲାଣି ୧୦୦ରୁ ଅଧିକ ଜୀବନ 

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବ୍ୟାପୁଥିବା ରହସ୍ୟମୟ ଜ୍ୱରର କାୟା ଏବେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଗାଁରୁ ନେଇ ସହର ଯାଏଁ ଭାଇରାଲ ଜ୍ୱରର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ହସ୍ପିଟାଲରୁ ଆରମ୍ଭ କରି ଘରୋଇ ହସ୍ପିଟାଲରେ ଜ୍ୱର ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଗୁରୁବାର ହସ୍ପିଟାଲରେ ୯୭୫ ରୋଗୀଙ୍କ ମଧ୍ୟରେ ପ୍ରାୟ ୭୦୦ ରୁ ଅଧିକ ରୋଗୀ ଭାଇରାଲ ଜନିତ ଜ୍ୱର, ନିମୋନିୟା, ଡାଇରିୟାରେ ପୀଡିତ ଥିଲେ । ଗୋଣ୍ଡା ଜିଲ୍ଲା ହସ୍ପିଟାଲରେ ଅଗଷ୍ଟ ମାସରେ ୧୩୮ ଶିଶୁ ମଧ୍ୟ ଭର୍ତ୍ତି ହୋଇଥିଲେ । ଏହାସହ ଏକ ସପ୍ତାହରେ ଜ୍ୱରରେ ପୀଡିତ ୭ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଜ୍ୱରରେ ପୀଡିତ ହୋଇ ସରକାରୀ ହସ୍ପିଟାଲ ଠାରୁ ଆରମ୍ଭ ହୋଇ ଘରୋଇ ହସ୍ପିଟାଲରେ ପ୍ରାୟ ୩ ହଜାର ରୋଗୀଙ୍କର ଚିକିତ୍ସା କରାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ସାଧାରଣ ଜ୍ୱର ଠାରୁ ଏହି ଜ୍ୱର କିଛି ପରିମାଣରେ ଭିନ୍ନ । ସାମାନ୍ୟ ଜ୍ୱର ୫ ରୁ ୭ ଦିନ ମଧ୍ୟ ଠିକ ହୋଇଯାଇଥାଏ ମାତ୍ର ଏହା ୧୦ ରୁ ୧୨ ଦିନ ଯାଏଁ ରହିଥାଏ । ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ହସ୍ପିଟାଲ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମ୍ୟାଲେରିୟା, ଡେଙ୍ଗୁ ସହ କରୋନା ପରୀକ୍ଷା ମଧ୍ୟ କରାଯାଉଛି । ଫିରୋଜାବାଦରେ ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ମଥୁରାରେ ୧୭, ମୈନପୁରୀରେ ୩, କାସଗଞ୍ଜରେ ୨ ଜଣ ଡେଙ୍ଗୁ ଓ ଭାଇରାଲ ଜ୍ୱରର ଶିକାର ହୋଇଛନ୍ତି । ସେହିପରି ଗୋଣ୍ଡାରେ ପ୍ରତିଦିନ ୩ ହଜାରରୁ ଅଧିକ ଭାଇରାଲ ଜ୍ୱରରେ ପୀଡିତ ହୋଇ ହସ୍ପିଟାଲ ଯାଉଛନ୍ତି । କାନପୁରରେ ଭାଇରାଲ ଜ୍ୱର କାରଣରୁ ୭ ଦିନ ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଗୁରୁବାର ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଫିରୋଜାବାଦରେ ୧୧, ମୈନପୁରୀରେ ୨ ଓ ମଥୁରାର ଜଣେ ରୋଗୀ ରହିଛନ୍ତି । ସେହିପରି ଫିରୋଜାବାଦରେ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking