27.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ 

ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ 

ମାଲକାନଗିରି : ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଖେଳୁଥିବା ବେଳେ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗ୍ରାମ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ଧରି ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗାଁ’ ପୋଖରୀରୁ ଉଦ୍ଧାର କରି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ଏଥିସହ ପୋଲିସ ଉଭୟଙ୍କ ଶବ ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣା ନେଇ ଖବର ପାଇବା ପରେ ନିଲିଗୁଡା ରାଜସ୍ୱ କାର୍ଯ୍ୟାଳୟର କର୍ମଚାରୀ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପଚରା ଉଚରା କରିବା ସହ ଏକ ରିପୋର୍ଟ ମୋଟୁ ତହସିଲଦାରଙ୍କ ପାଖରେ ଦାଖଲ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking