30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଜ୍ ହୋଟେଲ ୱେଟରଙ୍କ ଦରମା କେତେ

ତାଜ୍ ହୋଟେଲ ୱେଟରଙ୍କ ଦରମା କେତେ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ମୁମ୍ବାଇ ତାଜ ହୋଟେଲର ଆୟ ଏବଂ ୱେଟରଙ୍କ ଦରମା କେତେ । ହୁଏତ ଜଣାନଥିବ । ମାତ୍ର ଆଜି ଆପଣ ଏ ସଂପର୍କରେ ଜାଣିପାରିବେ । ସପନର ସହର କୁହାଯାଉଥିବା ମୁମ୍ବାଇରେ ଏମିତି କିଛି ଜାଗା ରହିଚି ଯାହା ଲୋକଙ୍କ ହୋସ ଉଡାଇଦେବ । ହେଲେ ସେଠାରେ ଥିବା ତାଜ୍ ହୋଟେଲକୁ ମୁମ୍ବାଇର ଗର୍ବ ବୋଲି କୁହାଯାଏ । ସେଠାକୁ କେବଳ ବଡ ବଡ ସିଲେବ୍ରିଟି ଏବଂ ଧନୀ ଶ୍ରେଣୀର ଲୋକେ ହିଁ ଯାଇପାରନ୍ତି । ମାତ୍ର ଜଣେ ସାଧାରଣ ଲୋକ ପାଇଁ ସେଠାରେ ରହିବା ଓ ଖାଇବା ଏକ ସ୍ୱପ୍ନ ଠାରୁ କମ୍ ନୁହେଁ । ଆପଣ କେବେ ଭାବିଛନ୍ତି କି, ତାଜ ହୋଟେଲର ମାଲିକ କିଏ । କେବେ ଏହା ନିର୍ମାଣ ହୋଇଥିଲା ଏବଂ ସେଠାରେ କାମ କରୁଥିବା ୱେଟର ଓ ସିକ୍ୱିରିଟି ଗାର୍ଡଙ୍କୁ କେତେ ଟଙ୍କା ଦରମା ମିଳେ । ଯେହେତୁ ସେଇଟା ଏକ ବଡ ହୋଟେଲ ନିହାତି ଭାବରେ ସେମାନଙ୍କ ଦରମା ତ କମ ନଥିବ । କାମ କରୁଥିବା ୱେଟରଙ୍କୁ ଲକ୍ଷେ ୩୦ରୁ ଆରମ୍ଭ କରି ଲକ୍ଷେ ୫୦ ଭିତରେ ଦରମା ମିଳିଥାଏ । ସେମାନଙ୍କର ବେସିକ ସାଲାରି ୧୨ ହଜାରରୁ ୧୩ ହଜାର ହୋଇଥାଏ । ସମୁଦାୟ ଉପରେ ଦରମା ଲକ୍ଷେ ୩୭ ହଜାରରୁ ଲକ୍ଷେ ୫୧ ହଜାର ପର୍ଯ୍ୟନ୍ତ ଥାଏ । ଯାହା ମଧ୍ୟରେ ନଗଦ ବୋନଓ, ଷ୍ଟକ ବୋନସ, ଟିପ ଭଳି ଜିନିଷ ସାମିଲ ରହିଛି । ତାଜ ହୋଟେଲକୁ ଏମିତି ଅନେକ ପ୍ରକାରର ଲୋକେ ଆସନ୍ତି ଯିଏ ପରଶା ହେବାକୁ ଥିବା ଖାଦ୍ୟ ବିଷୟରେ ଜାଣିନଥାନ୍ତି । ସେଥିପାଇଁ ସେଠାରେ କାମ କରୁଥିବା ୱେଟର ହିଁ ସେମାନଙ୍କୁ ବୁଝେଇବା କାମ କରିଥାନ୍ତି । ସେମାନଙ୍କ ଦରମା ଲକ୍ଷେ ହେଲେ ବି ଏଥିପାଇଁ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡେ । ତାଜ ରେ ରୋଷେଇ କରୁଥିବା ରୋଷେୟାଙ୍କ ଦରମା ୮୦ ହଜାରରୁ ୧୧ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ସେହିଭଳି ଦରଓାନଙ୍କୁ ମଧ୍ୟ ମାସିକ ୫୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଦିଆଯାଏ । ଭାରତର ସବୁଠୁ ମହଙ୍ଗା ହୋଟେଲ ତାଜ ହୋଟେଲରେ ସାମିଆନା, ସି ଲାଉଂଜ, ମସାଲା କ୍ରାଫ୍ଟ, ଷ୍ଟାରବକ୍ସ ଓ ହାର୍ବର ବାର୍ ଭଲି ରେଷ୍ଟୁରାଣ୍ଟ ରହିଛି । ସେମାନଙ୍କ ମଧ୍ୟରୁ ସାମିଆନା ହେଉଛି ଅଧିକ ଲୋକପ୍ରିୟ । ସେଟାରେ ଆପଣ ଭିନ୍ନ ଭିନ୍ନ ଖାଦ୍ୟର ଆନନ୍ଦ ନେଇପାରିବେ । ସେଥିରେ ଶାକାହାରୀ ଥାଲିର ଦାମ ରହିଛି ୨ ହଜାର ଟଙ୍କା । ସାମିଆନାରେ ଗୋଟିଏ ଆଳୁ ପରାଠା ପ୍ଲେଟର ଦାମ ୫୮୫ ଟଙ୍କା । ଯଦି ଆପଣ ଦୁଇ ଜଣ ସେହି ହୋଟେଲକୁ ଖାଇବାକୁ ଯାଉଛନ୍ତି, ତେବେ ଅତିକମରେ ୫ ହଜାର ଟଙ୍କା ପାଖରେ ରଖିଥାନ୍ତୁ । ସେଟାରେ ମିଳୁଥିବା ଏକ କପ ଚା ର ମୂଲ୍ୟ ୫ ଶହ ଟଙ୍କା । ୫୬୦ ରୁମ ଥିବା ତାଜ ହୋଟେଲରେ ନର୍ମାଲ ରୁମ ପାଇଁ ୧୫ ହଜାର ଟଙ୍କା ପେମେଣ୍ଟ କରିବାକୁ ପଡିବ । ଏହି ହୋଟେଲ ୪୧ ଶହ ୭୪ କୋଟି ବାର୍ଷିକ ଆୟ କରେ । ଏହାର ପ୍ରାୟ ୧୦୦ଟି ଶାଖା ରହିଛି । କେବଳ ଭାରତ ନୁହେଁ, ଭାରତ ବାହାରେ ବି ଏହା ବେଶ ଲୋକପ୍ରିୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking