31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପୂର୍ବ ମେଦିନିପୁରରେ ୧୬ ସିଟରେ ସବୁ ତାକତ ଲଗାଇବ ଭାଜପା

ପୂର୍ବ ମେଦିନିପୁରରେ ୧୬ ସିଟରେ ସବୁ ତାକତ ଲଗାଇବ ଭାଜପା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ବ ମେଦିନିପୁରର ୧୬ ସିଟରେ ମୁକାବିଲା ହେବ । ସେଠାରେ ପ୍ରଥମ ପର୍ଯ୍ୟାୟରେ ୨୭ ମାର୍ଚ୍ଚ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଏପ୍ରିଲରେ ମତଦାନ ହେବ । ଚଳିତ ଥର ପୂର୍ବ ମେଦିନିପୁରର ସମୀକରଣ ସଂପୂର୍ଣ୍ଣ ଭାବରେ ବଦଳିଛି । ଶୁବେନ୍ଦୁ ଅଧିକାରୀ ଭାଜପାକୁ ଯିବା ପରେ ସେଠାରେ ତୃଣମୂଳ କଂଗ୍ରେସ ପାଇଁ ଚ୍ୟାଲେଂଜ ଦୁଇ ଗୁଣ ବଢିଯାଇଛି । ସେହିଭଳି ଭାଜପା ବିଧାନସଭା ନିର୍ବାଚନରେ ତୃଣମୂଳର ଗଡ କବଜା ପାଇଁ ସମସ୍ତ ଚେଷ୍ଟା କରିବ ।
୨୦୦୭ରେ ସେଠାରେ ହୋଇଥିବା ବହୁଚର୍ଚ୍ଚିତ ନନ୍ଦୀଗ୍ରାମ ଆନ୍ଦୋଳନ ବଙ୍ଗାଳର ପୁରା ରାଜନିତିକୁ ବଦଳାଇ ଦେଇଥିଲା । ସେହି ନନ୍ଦୀଗ୍ରାମରେ ଆନ୍ଦୋଳନ ପରେ ତାହାର ନେତୃତ୍ୱ କରୁଥିବା ମମତା ବାନାର୍ଜୀ ବଙ୍ଗାଳରେ ପ୍ରାୟ ୩୫ ବର୍ଷ ଲମ୍ବା ବାମମୋର୍ଚ୍ଚା ଶାସନର ୨୦୧୧ରେ ଅନ୍ତ କରିଥିଲେ । ୨୦୦୯ର ଲୋକସଭା ନିର୍ବାଚନ ସହିତ ୨୦୧୧ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ସେଠାରେ ବିଜୟଲାଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking