31.1 C
Bhubaneswar
Sunday, May 19, 2024
Homeଓଡିଶାଭୁବନେଶ୍ୱରରେ ସଂକ୍ରମଣ ବଢୁଛି

ଭୁବନେଶ୍ୱରରେ ସଂକ୍ରମଣ ବଢୁଛି

ଭୁବନେଶ୍ୱର: କୋଭିଡ ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି । ଏସଆରସିଙ୍କ ଗାଇଡଲାଇନ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବର୍ତମାନର ସ୍ଥିତିକୁ ଦେଖି କଟକଣା ଦୃଢ କରାଯିବ । ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଲୋକ ଆସୁଥିବାରୁ ନଜର ରଖାଯାଇଛି । ସଚେତନତା କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । କୋଭିଡ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ ରିପୋର୍ଟ ନିର୍ଦ୍ଦେଶ ଜାରି ହେବ । ୩ ଦିନ ବ୍ୟବଧାନର ନେଗେଟିଭ ରିପୋର୍ଟ ନେଇ ଆସିବାକୁ କୁହାଯିବ । ଭୁବନେଶ୍ୱରରେ ସଂକ୍ରମଣ ବଢୁଛି । ମାତ୍ର ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ ବୋଲି ସେ କହିଛନ୍ତି ।
ବର୍ତମାନ ଦେଶ ସମେତ ରାଜ୍ୟରେ କରୋନା ଉପରମୁହାଁ ହୋଇଛି । ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନାର ପରିବର୍ତିତ ରୂପ ଏବେ ଚିନ୍ତା ବଢାଉଛି । ଓଡିଶାରେ ୩ ୟୁକେ ଷ୍ଟ୍ରେନ ମଧ୍ୟ ଚିହ୍ନଟ ହୋଇଛି । ଗତ କିଛି ମାସ ଧରି କରୋନା ସଂକ୍ରମଣ ହ୍ରାସ ହେବା ଦ୍ୱାରା ସମସ୍ତେ ଭାବୁଥିଲେ ଏହିପରି ଭାବରେ କରୋନା ଧିରେ ଧିରେ ଦେଶରୁ ସମାପ୍ତ ହେବ । ମାତ୍ର ନା, ଏବେ ଏହି ମହାମାରୀ କଡ ଲେଉଟାଇଛି । ଏହାର ଦ୍ୱିତୀୟ ଲହରି ଏବେ ଆରମ୍ଭ ହୋଇଗଲାଣି । ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ମଧ୍ୟ ଭୟଙ୍କର ହେବାର ଆଶଙ୍କା ରହୁଛି । ସେଥିପାଇଁ ସରକାର ସର୍ବଦା ମୁହଁରେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରମର୍ଶ ଦେଉଛନ୍ତି । କରୋନା କଟକଣାକୁ କଡାକଡି ମଧ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking