28.1 C
Bhubaneswar
Saturday, April 27, 2024
Homeଓଡିଶାଡରାଉଛି ଅଜଣା ରୋଗ : ଗୋଟିଏ ଦିନରେ ୨ମୃତ

ଡରାଉଛି ଅଜଣା ରୋଗ : ଗୋଟିଏ ଦିନରେ ୨ମୃତ

କୋରାପୁଟ : କେରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଚିକେନପୁଟ ପଞ୍ଚାୟତର ଗନେଲ ଗାଁରେ ଅଜଣା ରୋଗରେ ଗୋଟିଏ ଦିନରେ ୨ଜଣଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗାଁର ଭଗବାନ ଖିଲ ଓ ରାଧିକା ବଡ଼ନାୟକଙ୍କୁ ପ୍ରଥମେ ପେଟରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଚିକିତ୍ସା ନିମନ୍ତେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଊର୍ତ୍ତି କରିଥିଲେ । ଚିକିତ୍ସା ପରେ ମଧ୍ୟ କୌଣସି ଉନ୍ନତି ନହେବାରୁ ଡାକ୍ତର ସେମାନଙ୍କୁ ନେଇଯିବାକୁ କହିଥିଲେ । ପରିବାର ଲୋକେ କୌଣସି ଉପାୟନପାଇ ଘରକୁ ନେଇଯାଇଥିଲେ । ଗାଁରେ କିଛିଦିନ ରହିବା ପରେ ହଠାତ ଭଗବାନ ଏବଂ ରାଧିକାଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ଅଧଘଣ୍ଟା ବ୍ୟବଧାନରେ ଗାଁରେ ୨ଜଣଙ୍କ ମୃତ୍ୟୁ ହେବାସହ ଗ୍ରାମର ଲୈଖନ ହନ୍ତାଳ ମଧ୍ୟ ସମାନ ରୋଗରେ ଆକ୍ରାନ୍ତ ହେବା ଘଟଣା ଗ୍ରାମବାସୀଙ୍କୁ ଭୟବୀତ କରି ରଖିଛି । ଫଳରେ ଗାଁ ଲୋକେ ଅଜଣା ରୋଗ ବ୍ୟାପିବା ଓ ସଂକ୍ରମଣ ଭୟରେ ଆକ୍ରାନ୍ତଙ୍କୁ ଅନ୍ୟ ଏକ ଗାଁରେ ପଠାଇ ଦେଇଛି । ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ କୌଣସି ଡାକ୍ତରୀ ଟିମ୍ ଗାଁକୁ ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking