28.1 C
Bhubaneswar
Wednesday, April 24, 2024
Homeଓଡିଶାଖଟିଆରେ ବୁହାହେଲେ ଗର୍ଭବତୀ : ନଦୀ ନିକଟରେ ପ୍ରସବ

ଖଟିଆରେ ବୁହାହେଲେ ଗର୍ଭବତୀ : ନଦୀ ନିକଟରେ ପ୍ରସବ

ଫୁଲବାଣୀ : ପୁଣି ଜନନୀ ଯନ୍ତ୍ରଣା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କୁଟିକିଆ ପଞ୍ଚା
ୟତର ଗାଙ୍ଗରି ଗାଁର ଜଣେ ଗର୍ଭବତୀ ନଦୀ ନିକଟରେ ପିଲା ଜନ୍ମ କରିଛନ୍ତି । ଡାକ୍ତରଖାନା ଯିବାକୁ ରାସ୍ତା ନଥିବାରୁ ଖଟିଆରେ ବୁହାହୋଇ ନଦୀପାର ହେଉଥିବାବେଳେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ସେ ଆଗକୁ ଯାଇନପାରି ସେଠାରେ ହିଁ ପିଲା ଜନ୍ମ କରିଥିଲେ । ଗାଁରେ ଆଶାକର୍ମୀ ଥିଲେ ମଧ୍ୟ ସେ ଠିକ୍ ସମୟରେ ଗର୍ଭବତୀଙ୍କ ନିକଟରେ ନ ପହଞ୍ଚିବା ଯୋଗୁଁ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟକୁ ଦୋଳା କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣୁଥିଲେ । ଆଶାକର୍ମୀ ରଶ୍ମିତା ଦିଗାଳ ଅଧିକାଂଶ ସମୟରେ ଗର୍ଭବତୀଙ୍କୁ ସହଯୋଗ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ୟକେନ୍ଦ୍ରକୁ ଆଣିବାରେ ସହଯୋଗ କରୁନଥିବା ଏବଂ ମାସିକ ସ୍ୱାସ୍ଥ୍ୟପରୀକ୍ଷା କରାଯାଉନଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୁଟିକିଆ ଠାରୁ ଗାଙ୍ଗରି ଗାଁ ଏବଂ ଏହାର ଆଖପାଖ ଗାଁ ଗୁଡିକରେ ରାସ୍ତା ଖରାପ ଥିବାରୁ କୌଣସି ଯାନବାହାନ ଚାଲୁନାହିଁ । ଯାହାଦ୍ୱାରା କୌଣସି ରୋଗୀ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନେ ଯିବା ଆସିବାରେ ଅସୁବିଧା ହେଉଥିବା କୁଟିକିଆ ସରପଞ୍ଚ ଦୟାନିଧୀ ମଳିକ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking