38.1 C
Bhubaneswar
Friday, April 26, 2024
Homeଓଡିଶାପିପିଲି ରେ ଏକତା ଦିବସ ପାଳିତ

ପିପିଲି ରେ ଏକତା ଦିବସ ପାଳିତ

ପିପିଲି: ଲୋହ୍ୟ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୟନ୍ତୀ ଉପଲକ୍ଷେ ପିପିଲିରେ ଆଜି ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିପିଲି ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର,ପୁରୀ ମିଳିତ ଭାବେ ଏହାକୁ ପାଳନ କରୁଥିବା ବେଳେ ସଂଗଠନ ର ସଭାପତି ପ୍ରଭାତ ମହାପାତ୍ର ଙ୍କ ନେତୃତ୍ବରେ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ପିପିଲି ଡେଲ୍ଟା ଛକ ଠାରୁ ଆରମ୍ଭ ହୋଇ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ପିପିଲି ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ପିପିଲି ର ବହୁ ସାମ୍ବାଦିକ, ସମାଜସେବୀ ସଂଗଠନର ସମସ୍ତ ସଦସ୍ୟ ଓ ଛାତ୍ର ଛାତ୍ରୀ ମାନେ କୋଭିଡ ନିୟମ ମାନି ସାମିଲ ହୋଇଥିଲେ। ପରେ ସ୍ଥାନୀୟ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା । ସଭାରେ ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ଓ ବିଖଣ୍ଡିତ ଭରତକୁ କିପରି ଗୋଟିଏ ସୁତ୍ରରେ ବାନ୍ଧି ଏକତା କରିଥିଲେ ସେ ସମ୍ପର୍କରେ ଅତିଥି ମାନେ ତାଙ୍କ ନିଜ ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ଶେଷରେ ପଦଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ସଫଳ ସଦସ୍ୟ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking