35.1 C
Bhubaneswar
Friday, May 10, 2024
Homeଓଡିଶାବନ୍ଦ ହେଲା ୟୁଜି-ପିଜି ଶ୍ରେଣୀଗୃହ ଶିକ୍ଷା

ବନ୍ଦ ହେଲା ୟୁଜି-ପିଜି ଶ୍ରେଣୀଗୃହ ଶିକ୍ଷା

ଭୁବନେଶ୍ୱର: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୟୁଜି-ପିଜି ଶ୍ରେଣୀଗୃହ ପାଠପଢ଼ା ବନ୍ଦ କରାଯାଇଛି । ଏପ୍ରିଲ୍ ୨୭ରୁ ମେ ୨ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ତାପମାତ୍ରାରେ ପରିବର୍ତ୍ତନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଟାଣ ଖରା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଦିନ ୧୧ଟାରୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଥିବା ବେଳେ ଜରୁରୀ କାମ ନଥିଲେ ଅଯଥା ଘରୁ ଗୋଡ଼ ନକାଢ଼ିବାକୁ କୁହାଯାଇଛି ।
ସୂଚନା ଯୋଗ୍ୟ ରାଜ୍ୟରେ ପ୍ରବଳ ଖରା ପାଇଁ ଗତକାଲି ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୫ ଦିନ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ରହିଥିବା ବେଳେ ଖରା କମିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଗୁଣାତ୍ମକ ଶିକ୍ଷା ଲାଗି ଭିତ୍ତିଭୂମିକୁ ଗୁରୁତ୍ୱ : ୧୪୬୦୧ ସ୍କୁଲରେ ହେବ ଅତିରିକ୍ତ ଶ୍ରେଣୀ କକ୍ଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking