31.1 C
Bhubaneswar
Monday, May 20, 2024
Homeମନୋରଞ୍ଜନଚିରଞ୍ଜୀବୀଙ୍କ ‘ଆଚାର୍ଯ୍ୟ’ରୁ ହଟାଇ ଦିଆଯାଇଛି କାଜଲଙ୍କ ଭୂମିକା

ଚିରଞ୍ଜୀବୀଙ୍କ ‘ଆଚାର୍ଯ୍ୟ’ରୁ ହଟାଇ ଦିଆଯାଇଛି କାଜଲଙ୍କ ଭୂମିକା

ନୂଆଦିଲ୍ଲୀ : ନିର୍ଦ୍ଦେଶକ କୋରତାଲା ଶିବ ଫିଲ୍ମରୁ କାଜଲ ଅଗ୍ରୱାଲଙ୍କ ଭୂମିକା କଟାଯିବା ଗୁଜବକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଅଭିନେତ୍ରୀଙ୍କୁ ଏପରି ଭୂମିକାରେ କାଷ୍ଟ କରିବା ଅନୁଚିତ୍, ଯାହାର କୌଣସି ସ୍ପଷ୍ଟ ସମାପ୍ତି ନାହିଁ। କିଛି ଦିନ ହେବ ଗୁଜବ ଶୁଣିବାକୁ ମିଳୁଥିଲା ​​ଯେ ଫିଲ୍ମ ‘ଆଚାର୍ଯ୍ୟ’ରେ କାଜଲଙ୍କ ଭୂମିକା ନିର୍ଦ୍ଦେଶକ କୋରତାଲା ହଟାଇ ଦେଇଛନ୍ତି। ରିଲିଜ ହେବାର କିଛି ଦିନ ପୂର୍ବରୁ ନିର୍ଦ୍ଦେଶକ ଏ ବିଷୟରେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, କାହାଣୀ ଅନୁଯାୟୀ ଚିରଞ୍ଜୀବୀଙ୍କ ଫିଲ୍ମରେ କୌଣସି ପ୍ରେମ ସମ୍ପର୍କ ନାହିଁ। ସେ କାଜଲଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ ଏବଂ ସେ ଏହି ପ୍ରୋଜେକ୍ଟରୁ ନିଜକୁ ଦୂରେଇ ରଖିବାକୁ ରାଜି ହୋଇଥିଲେ। କୋରାତାଲା କହିଛନ୍ତି ପ୍ରାରମ୍ଭରେ, କାଜଲଙ୍କ ଭୂମିକା ଏକ ମଜାଦାର ଭୂମିକା ଭାବରେ ପରିକଳ୍ପିତ ହୋଇଥିଲା, କିନ୍ତୁ, ମୁଁ ଭାବିଲି ଯେ ଏତେ ଛୋଟ ଭୂମିକାରେ ଷ୍ଟାର ଅଭିନେତ୍ରୀ ରହିବା ଠିକ୍ ନୁହେଁ। ସେ ମୋର ଚିନ୍ତାକୁ ବୁଝିଛନ୍ତି ଏବଂ ଏହାକୁ ଏକ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି। ତାଙ୍କୁ ‘ଲାହେ ଲାହେ’ ଗୀତରେ ଦେଖିବାକୁ ମିଳିବ।

ଟ୍ରେଲର ରିଲିଜ୍ ହେବା ପରଠାରୁ ସମସ୍ତେ କାଜଲ ଅଗ୍ରୱାଲଙ୍କ ଅନୁପସ୍ଥିତି ବିଷୟରେ କହୁଛନ୍ତି। ଏହି ଫିଲ୍ମରେ ତାଙ୍କ ଭୂମିକାକୁ ନେଇ କିଛି ପ୍ରଶ୍ନ ଉଠିଛି। ନିକଟରେ ଶିବ କୋରାତାଲା ଏକ ସାକ୍ଷାତକାରରେ ନିଶ୍ଚିତ କରିଛନ୍ତି ଯେ କାଜଲଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ ନାହିଁ। ଚିରଞ୍ଜୀବୀ ଏବଂ ରାମ ଚରଣଙ୍କ ବହୁ ପ୍ରତୀକ୍ଷିତ ଟଲିଉଡ ବ୍ଲକବଷ୍ଟର ‘ଆଚାର୍ଯ୍ୟ’ ଏପ୍ରିଲ ୨୯ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking