31.1 C
Bhubaneswar
Monday, May 20, 2024
Homeଓଡିଶାଦଶରଥପୁରରେ ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀ

ଦଶରଥପୁରରେ ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀ

ଯାଜପୁର : ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରୀ ବଜାର ସନ୍ନିକଟ କଣ୍ଠମଣ୍ଡପ ପରିସରରେ ଯୁବମୋର୍ଚ୍ଚା ପକ୍ଷରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ସତ୍ୟଜିତ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୁବ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯାଜପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଗୌତମ ରାୟ, ଯାଜପୁର ସାଂସଦ ପ୍ରାର୍ଥୀ ଡ. ରବିନାରାୟଣ ବେହେରା ଯୋଗଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶର ଶୀର୍ଷରେ ପହଞ୍ଚିବା ସହ ଐତିହାସିକ ରାମ ମନ୍ଦିର ନିର୍ମାଣ, ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ମୁସଲିମ୍ ମହିଳାମାନଙ୍କ ପାଇଁ ୩ ତଲାକ ଉଚ୍ଛେଦ ସହ ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଆଗାମୀ ଜୁନ୍ ୧ ତାରିଖରେ ହେଉଥିବା ନିର୍ବାଚନରେ ପୁଣିଥରେ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବା ସହିତ ଓଡ଼ିଶାରେ ଏଥର ବିଜେପି ସରକାର ଗଠନ କରିବା ନିମନ୍ତେ ଡବଲ ପଦ୍ମଫୁଲରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ସମ୍ପାଦକ ସୁରଜଲାଲ ସାମଲ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ କୁମାର ନାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking