28.1 C
Bhubaneswar
Friday, May 3, 2024
Homeଓଡିଶାଗଣ୍ଡଗୋଳ ନିବୃତ୍ତ ତାଗିଦ୍ ପଡ଼ିଲା ମହଙ୍ଗା, ଦୁବୃର୍ତ୍ତଙ୍କ ଆକ୍ରମଣରେ ୨ ପୋଲିସ କର୍ମଚାରୀ ଆହତ

ଗଣ୍ଡଗୋଳ ନିବୃତ୍ତ ତାଗିଦ୍ ପଡ଼ିଲା ମହଙ୍ଗା, ଦୁବୃର୍ତ୍ତଙ୍କ ଆକ୍ରମଣରେ ୨ ପୋଲିସ କର୍ମଚାରୀ ଆହତ

ସମ୍ବଲପୁର :ବୁର୍ଲା ଅଞ୍ଚଳରେ ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଏକ କଳହର ସମାଧାନ କରିବାକୁ ଯାଇଥିବା ଦୁଇଜଣ ପୋଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାରେ ଭର୍ତ୍ତି କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣାର ଖବର ମିଳିଛି । ସୂଚନା ଅନୁଯାୟୀ, ବୁର୍ଲା ପଠାଣବନ୍ଧ ଅଞ୍ଚଳରେ ଥିବା ସମଲେଶ୍ୱରୀ ନର୍ସିଂହୋମ ନିକଟସ୍ଥ ଏକ କିରାନା ଦୋକାନୀଙ୍କ ସହ ଉକ୍ତ ଅଞ୍ଚଳର ଚିତ୍ତ ସୁନା ନାମକ ଜଣେ ଯୁବକ ମଧ୍ୟରେ କୌଣସି କଥାକୁ ନେଇ ଚାଲିଥିବା ବଚସା କ୍ରମେ ଝଗଡ଼ାର ରୂପ ନେଉଥିଲା । କରୋନା କଟକଣା ଜନିତ ଲକ୍‌ଡାଉନ୍ ପାଇଁ ସେଠାରେ ଅସ୍ଥାୟୀ କ୍ୟାମ୍ପ କରି ରହିଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ରଞ୍ଜିତ କର ଓ ପ୍ରକାଶ ପାଣ୍ଡେ ଉକ୍ତ ଝଗଡ଼ାରୁ ନିବୃତ୍ତ ରହି ସମାଧାନ କରିବାକୁ ତାଗିଦ୍ କରିଥିଲେ । ମାତ୍ର ଏଥିରେ ଉତ୍ୟକ୍ତ ହୋଇ ଚିତ୍ତ ହାତରେ ଧରିଥିବା ଏକ ଲୁହାଛଡ଼ରେ ଉଭୟ ପୁଲିସ୍ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା । ଫଳରେ ଉଭୟ ପୋଲିସ କର୍ମଚାରୀ ଗୁରୁତର ହୋଇପଡ଼ିବା ସହ ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆକ୍ରମଣକାରୀ ଅଭିଯୁକ୍ତ ଯୁବକ ପୁଲିସ ସହ ଧସ୍ତାଧସ୍ତିରେ ଆହତ ହୋଇଥିଲେ ମଧ୍ୟ ପୁଲିସ୍ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଉଦ୍ୟମ ଜାରି ରଖିଛି ବୋଲି ଏସଡିପିଓ ସତ୍ୟବ୍ରତ ଦାସ କହିଛନ୍ତି । ଅଭିଯୁକ୍ତ ଯୁବକ ଜଣଙ୍କ ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ତାଙ୍କ ବିରୋଧରେ ଏକ ହତ୍ୟା ମାମଲା ମଧ୍ୟ ରହିଥିବା ଶ୍ରୀ ଦାସ କହିଛନ୍ତି । ତେବେ ପୁଲିସକୁ ଆକ୍ରମଣ କରିବା ଭଳି ଅପରାଧ ଘଟାଇଥିବା ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରିବ ଓ କି ପ୍ରକାର ଦଣ୍ଡରେ ଦଣ୍ଡିତ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking