37.2 C
Bhubaneswar
Friday, April 19, 2024
Homeଓଡିଶାମେଘ ଗରଜିଲେ ବିଦ୍ୟୁତ କାଟ୍‌, ସେକସନ ଅଫିସରକୁ ଭେଟିଲେ ଗ୍ରାମବାସୀ

ମେଘ ଗରଜିଲେ ବିଦ୍ୟୁତ କାଟ୍‌, ସେକସନ ଅଫିସରକୁ ଭେଟିଲେ ଗ୍ରାମବାସୀ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅଧିନସ୍ଥ ରୁଚିଦା ଗ୍ରୀଡରୁ ରୁଚିଦା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ହେଉଥିବା ବେଳେ ଏଥିରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହେଉଛି । ଟାଟା ପାୱାର ଲିମିଟେଡ କମ୍ପାନୀ ଚଳିତ ବର୍ଷ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱ ନେବା ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ନୀତିରେ ଉପଭୋକ୍ତାଙ୍କୁ ବିଜୁଲି ସେବା ମିଳୁଛି । ଛଅ ମାସ ମଧ୍ୟରେ ବିଦ୍ୟୁତ୍ ସେବା ଯୋଗାଣରେ ଆଖିଦୁଶିଆ ପଦକ୍ଷେପ ମିଳିପାରିନାହିଁ । ରୁଚିଦା ଫିଟରରୁ ବଡଦଲ୍ଳିପାଲି, ବିଲେଇଗଡ, ରୁଚିଦା , ନାରଙ୍ଗପୁର, ବରା, ଖିଜୁପାଲି, ବଡଧରା, ବେହେରାପାଲି ଆଦି ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ଲାଇନ ବାରମ୍ବାର ଯୋଗାଣ ତୃଟି ଯୋଗୁଁ ଗ୍ରାମବାସୀ ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି । ମେଘ ଗରଜିଲେ ଅଥବା ସାମାନ୍ୟ ପବନ ବୋହିଲେ କିମ୍ବା ଅସରାଏ ବର୍ଷା ହେଲେ ରାତିସାରା ବିଜୁଲି କାଟ ଅଚଂଳବାସୀଙ୍କୁ ଅତିଷ୍ଠ କରିଛି । ଗୋଟିଏ ପଟେ ସଂପୃକ୍ତ କମ୍ପାନୀ ବିଲ୍ ଅସୁଲିକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନିୟମିତ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ବିଫଳ ହୋଇଛି । ଜୁନମାସରେ ରେକର୍ଡ ସଂଖ୍ୟକ ବିଜୁଲି କାଟ ନେଇ ମଙ୍ଗଲବାର ରୁଚିଦା ଓ ବଡଧରା ଗ୍ରାମର ସଚେତନ ଯୁବଗୋଷ୍ଠୀ ଭୁକ୍ତା ସେକସନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ବିଜୁଲି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଥିଲେ । ବାରମ୍ବାର ବିଜୁଲି ବିଭ୍ରାଟ ଯୋଗୁଁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଛି । କୋଭିଡ-୧୯ ର ଲକଡାଉନ ସମୟରେ ବିଦ୍ୟୁତ୍ ସମସ୍ୟା ସାଧାରଣ ଲୋକଙ୍କ ଅସୁବିଧାକୁ ଦ୍ୱିଗୁଣିତ କରିଛି । ପାଣି ମୁନ୍ଦିଏ ପାଇଁ ସଂଘର୍ଷ କରୁଛନ୍ତି ମହିଲାମାନେ । ଅନଲାଇନ ପାଠପଢ଼ାରେ ବ୍ୟାଘାତ ଘଟୁଛି । ଡିବିରି ଆଲୁଅରେ ରାତି କଟୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଲୁଗୁଲି ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୁଚିଦା ଗ୍ରୀଡ ଫିଟର ଅନ୍ତର୍ଗତ ଗ୍ରାମମାନଙ୍କୁ ନିୟମିତ ବିଦ୍ୟୁତ୍ ସେବା ଯୋଗଣ ସହ ସୀମାନ୍ତ ବଡଧରା ଗ୍ରାମକୁ କଣ୍ଡପଲା ଫିଟରରେ ଅନ୍ତର୍ଭୁକ୍ତ କରି ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବାର ପ୍ରସ୍ତାବ ଭୁକ୍ତା ସେକସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ । କର୍ମଚାରୀ ଅଭାବ ଯୋଗୁଁ ତଳସ୍ତରରରେ ବିଦ୍ୟୁତ୍ ସମସ୍ୟା ଲାଗି ରହିଥିବା ସେକସନ ଅଧିକାରୀ ସ୍ୱୀକାର କରି ଆଗାମୀ ଦିନରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking