37.1 C
Bhubaneswar
Friday, May 17, 2024
Homeଓଡିଶାଦୁର୍ଦ୍ଦିନରେ କୁମ୍ଭକାର ପରିବାର

ଦୁର୍ଦ୍ଦିନରେ କୁମ୍ଭକାର ପରିବାର

ମାଲକାନଗିର : ସାରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା ହୋଇଥିବାରୁ ବହୁ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଏଥିଯୋଗୁଁ ପର୍ବପର୍ବାଣୀ, ବ୍ରତଘର ଓ ବାହାଘର କାର୍ଯ୍ୟକ୍ରମରେ ଭିଡ଼ ଜମାଇବା ସହ ଦୋକାନ ବଜାର ଖୋଲିବା ଉପରେ ମଧ୍ୟ କିଛି ମାତ୍ରାରେ କଟକଣା ଲଗାଯାଇଛି । ଏଣୁ ଅନେକ ପରିବାରର ଆୟର ପନ୍ଥା ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡ଼ା ଗ୍ରାମର କୁମ୍ଭକାର ପରିବାରଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।

ଏହି ଗ୍ରାମରେ ପ୍ରାୟ ୩୦ଟି ପରିବାର ବାସ କରନ୍ତି । ଏହା ହେଉଛି ଏମାନଙ୍କ ମୁଖ୍ୟ ରୋଜଗାର ମାଧ୍ୟମ ହେଉଛି । ଏମାନେ ମୁଖ୍ୟତଃ ବର୍ଷକୁ ୬ ମାସ ହିଁ କାମ କରିଥାନ୍ତି । ଏହାପରେ ବର୍ଷ ତମାମ ଉକ୍ତ ରୋଜଗାର ଅର୍ଥରେ ପରିବାର ଭରଣପୋଷଣ କରିଥାନ୍ତି । ଏମାନଙ୍କ ଏହା କୌଳିକ ବୃତ୍ତି ହୋଇଥିବାରୁ ଅନ୍ୟ କୌଣସି କାମ କରିବା ଏମାନଙ୍କ ପାଇଁ ସମ୍ଭବ ନୁହେଁ । ଗତ ଏକ ମାସ ଧରି ଅନେକ ସାମଗ୍ରୀ ନିର୍ମାଣ କରିଥିବା ବେଳେ ବ୍ରିକ୍ରି ନେଇ ଚିନ୍ତାରେ ଅଛନ୍ତି ଏହି ସବୁ ପରିବାର । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଦୋକାନ ବଜାର ଖୋଲିବା ଉପରେ ସମୟସୀମା ଲାଗୁ କରାଯାଇଥିବା ବେଳେ ସାପ୍ତାହିକ ହାଟ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଫଳରେ ସେମାନେ ତିଆରି କରିଥିବା ମାଟି ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନ ହୋଇ ପଡ଼ିରହିଛି । ତେଣୁ ବହୁ କ୍ଷତି ସହ୍ୟ କରୁଥିବା ସହ ପରିବାର ଭରଣପୋଷଣରେ ସମସ୍ୟା ସୃଷ୍ଟି ହେଉଥିବା କୁମ୍ଭକାରମାନେ ପ୍ରକାଶ କରିଛନ୍ତି । ତେଣୁ ସରକାର କିଛି ସାହାଯ୍ୟ କରିଥିଲେ ଆମେ ଭଲରେ ଚଳିପାରିଥାନ୍ତୁ ବୋଲି କୁମ୍ଭକାର ଲକ୍ଷ୍ମଣ କୁମ୍ଭାର ଓ ସହଦେବ କୁମ୍ଭାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking