30.1 C
Bhubaneswar
Friday, April 26, 2024
Homeକମନୱେଲଥ ଗେମ୍ସରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଦୁଇ ପାକ୍ ବକ୍ସର୍ ଗାଏବ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଦୁଇ ପାକ୍ ବକ୍ସର୍ ଗାଏବ

ଲଣ୍ଡନ: ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବାକୁ ଯାଇଥିବା ପାକିସ୍ତାନ ଆଥ୍‌ଲେଟିକ୍ସ ଦଳର ଦୁଇଜଣ ବକ୍ସର୍ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ଏହାପରେ ପାକିସ୍ତାନ ବକ୍ସିଂ ଫେଡେରେସନ୍ ସେମାନଙ୍କୁ ଖୋଜିବାରେ ଲାଗିଛି । ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଗାଏବ ଦୁଇ ବକ୍ସର୍ କ୍ରୀଡ଼ାରେ କୌଣସି ମେଡାଲ୍ ଜିତିପାରି ନଥିଲେ । ଦୁଇ ବକ୍ସର୍ କୌଣସି ୟୁରୋପୀୟ ଦେଶରେ ସୁରକ୍ଷିତ ଭବିଷ୍ୟତ ସନ୍ଧାନରେ ଗାଏବ ହୋଇଥିବା କୁହାଯାଉଛି । ମିଡିଆ ରିପୋର୍ଟ ଅନୁସାରେ ପୂର୍ବରୁ ମଧ୍ୟ କେତେକ ପାକିସ୍ତାନୀ ଖେଳାଳି ଗାଏବ ହେବାର ଉଦାହରଣ ରହିଛି । ‘ଦ ଡେଲି ପାକିସ୍ତାନ’ ଅନୁସାରେ ଗାଏବ ଦୁଇ ବକ୍ସର୍‌ଙ୍କ ନାମ ସୁଲେମାନ୍ ବଲୋଚ୍ ଓ ନଜିରୁଲ୍ଲା । ପାକିସ୍ତାନୀ ଦଳର ଅନ୍ୟ ଖେଳାଳିମାନେ ବସ୍‌ରେ ବସିବାକୁ ଯାଉଥିବା ବେଳେ ଏହି ଦୁଇଜଣ ଗାଏବ ହୋଇଯାଇଥିଲେ । ଏହାପରେ ସମସ୍ତ ଖେଳାଳିଙ୍କୁ ଇସ୍‌ଲାମାବାଦ ଫ୍ଲାଇଟ୍ ଧରିବାର ଥିଲା ।

ଏହି ଦୁଇଜଣଙ୍କ ଟ୍ରାଭେଲ୍ ଡକ୍ୟୁମେଣ୍ଟ୍ ପାକିସ୍ତାନୀ ଅଧିକାରୀଙ୍କ ନିକଟରେ ଥିବାବେଳେ ସେମାନଙ୍କ ଗାଏବ ସମ୍ପର୍କରେ ବ୍ରିଟେନ୍ ସରକାରଙ୍କୁ ଅବଗତ କରାଯାଇଛି । ଅବଶ୍ୟ ଏ ନେଇ ବ୍ରିଟେନ୍ ପକ୍ଷରୁ ପାକିସ୍ତାନ ସହ ସମ୍ପର୍କ କରାଯାଇ ନାହିଁ । ଏହି ଦୁଇଜଣ ବର୍ମିଂହାମ୍‌ରେ କେଉଁଠି ଲୁଚି ରହିଥିବା କୁହାଯାଉଛି । ପାକିସ୍ତାନ ଅଲିମ୍ପିକ୍ କମିଟି ମାମଲାକୁ ଗମ୍ଭୀରତା ସହ ନେବା ସହ ଏହାର ତଦନ୍ତ ପାଇଁ ଏକ ଚାରିଜଣିଆ ସ୍ପେଶାଲ କମିଟି ଗଠନ କରାଯାଇଛି । କମିଟି ସେମାନଙ୍କ ସମସ୍ତ ଟ୍ରାଭେଲ୍ ଡକ୍ୟୁମେଣ୍ଟ୍ ଯାଞ୍ଚ୍ କରୁଛି । ଏହା ସହିତ ବ୍ରିଟେନ୍‌ରେ ସେମାନଙ୍କର କୌଣସି ସମ୍ପର୍କୀୟ ଅଛନ୍ତି କି ନାହିଁ ତାହାର ସନ୍ଧାନ ନିଆଯାଉଛି । ଦେଶର ସମ୍ମାନ ପ୍ରତି ଏହା ଆଘାତ ପହଞ୍ଚାଇଛି ବୋଲି ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି । ବ୍ରିଟେନ୍ ସରକାରଙ୍କ ସହାୟତାରେ ଏହି ଆଥ୍‌ଲେଟ୍‌ଙ୍କ ଅତିଶୀଘ୍ର ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking