28.9 C
Bhubaneswar
Wednesday, April 17, 2024
Homeଖେଳଏମ୍‌ଆଇ କେପ୍ ଟାଉନ୍‌ରେ ରଶିଦ୍ ଓ ରବାଡା

ଏମ୍‌ଆଇ କେପ୍ ଟାଉନ୍‌ରେ ରଶିଦ୍ ଓ ରବାଡା

କେପ୍ ଟାଉନ: କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌କେ) ଦ୍ୱାରା ଆସନ୍ତାବର୍ଷରୁ ଏକ ନୂଆ ଟି-୨୦ ଲିଗ୍ ଆରମ୍ଭ ହେବାକୁ ଯାଉଛି । ଜାନୁଆରୀରେ ଆୟୋଜିତ ହେବାକୁ ଥିବା ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସମେତ ଆଇପିଏଲ୍‌ର ଛଅଟି ଫ୍ରାଞ୍ଚାଇଜି ନିଜ ନିଜ ଟିମ୍ ଛିଡ଼ା କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ନିଜର ନୂଆ ଟିମ୍ ନାମ ଘୋଷଣା କରିବାର ଗୋଟିଏ ଦିନ ପରେ ସ୍କ୍ୱାଡ୍‌ର ପାଞ୍ଚଜଣ ପ୍ରମୁଖ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି । ଏମ୍‌ଆଇ କେପ୍ ଟାଉନ୍ ନାମରେ ଲିଗ୍‌ରେ ସାମିଲ ହେବାକୁ ଥିବା ଟିମ୍‌ରେ ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାନ୍‌, ସାଉଥ୍ ଆଫ୍ରିକା ଫାଷ୍ଟ୍ ବୋଲର୍ କାଗିସୋ ରବାଡା, ଇଂଲଣ୍ଡର ସାମ୍ କୁରାନ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଏବଂ ଡେଭାଲ୍ଡ ବ୍ରାଭିସ୍‌ଙ୍କୁ ଚୟନ କରିଛି । ଏହି ଷ୍ଟାର୍ ଖେଳାଳି ୧୭ ସଦସ୍ୟ ଟିମ୍‌ର ଅଂଶ ହୋଇଥିବା ବେଳେ ବାକି ଖେଳାଳିଙ୍କୁ ଅକ୍ସନ୍ ମାଧ୍ୟମରେ ଚୟନ କରାଯିବ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଏମ୍‌ଆଇ କେପ୍ ଟାଉନ୍ ମାଧ୍ୟମରେ ନିଜର ଯାତ୍ରାରମ୍ଭକୁ ନେଇ ମୁଁ ବିଶେଷ ଉତ୍ସାହିତ ।

ଡାଇରେକ୍ଟ ପ୍ଲେୟର୍ ସାଇନିଂ ସହିତ ଆମେ ଏମ୍‌ଆଇ ଫିଲୋସଫିର ନିର୍ମାଣ ଦିଗରେ ପ୍ରଥମ ପଦକ୍ଷେପ ନେଇଛୁ । ସେ ଆହୁରି କହିଛନ୍ତି, ଅନ୍ୟ ଦୁଇଟି ଟିମ୍ ପରି ଏମ୍‌ଆଇ କେପ୍ ଟାଉନ୍ ବ୍ରାଣ୍ଡ୍ କ୍ରିକେଟ୍ ଖେଳିବ ବୋଲି ଆମେ ଆଶାବାଦୀ । ଅନ୍ୟପକ୍ଷରେ ଆଇପିଏଲ୍ ଜାଏଣ୍ଟ୍‌ସ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ମାଲିକାନାରେ ଥିବା ଜୋହାନ୍ସବର୍ଗ ଫ୍ରାଞ୍ଚାଇଜି ଲିଗ୍‌ର ଉଦ୍‌ଘାଟନୀ ସଂସ୍କରଣ ପାଇଁ ସାଉଥ୍ ଆଫ୍ରିକା କ୍ୟାପ୍‌ଟେନ୍ ଫାପ୍ ଡୁ ପ୍ଲେସିସ୍‌ଙ୍କ ସହ ଚୁକ୍ତି କରିଛି । ଗତ ଆଇପିଏଲ୍ ସଂସ୍କରଣରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ଖେଳିଥିବା ଡୁ ପ୍ଲେସିସ୍ ୨୦୧୧ରୁ ୨୦୨୧ (୨୦୧୬ ଏବଂ ୨୦୧୭ ବ୍ୟତୀତ) ଚେନ୍ନାଇ ସୁପର୍ କିଙ୍ଗ୍‌ସ ଟିମ୍‌ର ସଦସ୍ୟ ଥିଲେ ।

ଜାହାନ୍ସବର୍ଗ ଫ୍ରାଞ୍ଚାଇଜି ଅନ୍ୟତମ ମାର୍କି ଖେଳାଳି ଭାବେ ଇଂଲଣ୍ଡ ଅଲ୍‌ରାଉଣ୍ଡର୍ ମୋଇନ୍ ଅଲୀଙ୍କୁ ନିଜ ସହିତ ସାମିଲ କରିସାରିଥିବା ଏକ ସୂତ୍ରରୁ ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ଏହି ଲିଗ୍‌ରେ ପ୍ରତ୍ୟେକ ଟିମ୍‌ରେ ୧୭ ଖେଳାଳିଙ୍କୁ ସାମିଲ କରାଯିବ । ଅକ୍ସନ୍ ପୂର୍ବରୁ ପାଞ୍ଚଜଣ ଖେଳାଳିଙ୍କୁ ନିଜ ସହ ସାମିଲ ପାଇଁ ଟିମ୍‌କୁ ରିହାତି ମିଳିଛି । ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ବିଦେଶୀ, ଜଣେ ସାଉଥ୍ ଆଫ୍ରିକାର ଅନ୍ତର୍ଜାତୀୟ ଖେଳାଳି ଏବଂ ଜଣେ ଅନ୍‌କ୍ୟାପ୍‌ଡ ଖେଳାଳିଙ୍କୁ ସାମିଲ ହେବେ । ଆସନ୍ତାବର୍ଷ ଏହି ଲିଗ୍ ସମାନ୍ତରାଳ ଭାବେ ୟୁଏଇ ଟି-୨୦ ଲିଗ୍ ସହିତ ଆରମ୍ଭ ହେବ । ସୂଚନାଯୋଗ୍ୟ ୟୁଏଇ ଟି-୨୦ ଲିଗ୍‌ରେ ମଧ୍ୟ ଏମ୍‌ଆଇ ଏମିରେଟ୍ସ ନାମକ ମୁମ୍ବାଇ ଇଣ୍ଡିଆନ୍ସର ଏକ ଟିମ୍ ମଧ୍ୟ ଭାଗନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking