32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଛେଳି ସହ ଫସିଗଲେ ୨ ଯୁବକ

ଛେଳି ସହ ଫସିଗଲେ ୨ ଯୁବକ

ମୟୁରଭଞ୍ଜ : ଛେଳି ଉଦ୍ଧାର କରିବାକୁ ଯାଇ ନଦୀ ମଝିରେ ଫସିଲେ 2ଯୁବକ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅଚାନକ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ନଦୀ ମଝି ଟାପୁ ଉପରେ ଅଟକି ରହିଥିଲେ ଛେଳି। ଜଗୁଆଳି ୨ ଯୁବକ ଉଦ୍ଧାର କରିବାକୁ ନଦୀବଢ଼ି ଯୋଗୁଁ ଫସି ରହି ଯାଇଥିଲେ।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛି । ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବାଙ୍ଗିରିପୋଷି କଲେଜ ନିକଟସ୍ଥ କାଳିଆମୀ ପୋଲହ ନିକଟରେ। ସ୍ଥାନୀୟ ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀରେ ଛେଳି ସହ 2 ଯୁବକ ଫସିରହିଥିବା ଦେଖିବାକୁ ମିଳିଛି। ନଦୀ ମଝି ଏକ ପଥରରେ 2ଛେଳି ଫସି ଯାଇଥିବାବେଳେ ଚାଉଳିଘରି ଅଞ୍ଚଳର 2 ଜଣ ଯୁବକ ଛେଳିକୁ ଉଦ୍ଧାର କରିବାକୁ ନଦୀ ମଝିକୁ ଯାଇଥିଲେ। ହଟାତ ନଦୀର ଉପର ମୁଣ୍ଡରୁ ପାଣି ବଢ଼ିଯାଇଥିବାରୁ ନଦୀ ଭିତରୁ ବାହାରି ପାରିନଥିଲେ। ସେପଟେ ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଉଦ୍ଦାର କାର୍ଯ୍ୟ ଜାରିରଖିଥିବା ବେଳେ ପାଣି କମିବାରୁ ଯୁବକ ଦୁଇଜଣ ନିଜେ ପଂହରି କୂଳକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking