29.1 C
Bhubaneswar
Saturday, April 27, 2024
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ

ଭଦ୍ରକ: ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଶିଶୁର ଜୀବନ । ଭଦ୍ରକ ଜିଲ୍ଲାର ଗେଲଟୁଆ ଗ୍ରାମ ପଞ୍ଚାୟତ ଏବଂ ଧାମନଗର ଥାନା ଅଞ୍ଚଳରୁ ଏହି ଦୁଇ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ଖୁଣ୍ଟର ଷ୍ଟେ ତାର ଲାଗି ଦୁହିଁଙ୍କର ମୃତ୍ୟୁ ହୋଇଛି । ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଶିଶୁଙ୍କ ଜୀବନ ଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଗେଲଟୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଉ କଲୋନୀ ଆଦିବାସୀ ସାହି ଅଞ୍ଚଳର ତୁଳସୀ ମୁଣ୍ଡାଙ୍କର ୮ ବର୍ଷୀୟ ପୁଅ ଖେଳୁଥିବା ବେଳେ କୌଣସି କାରଣରୁ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟର ଷ୍ଟେ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଜୋରରେ ଝଟକା ଲାଗିବା ସହ ଷ୍ଟେ ତାର ଧରି ସେଠାରେ ହିଁ ରହିଯାଇଥିଲେ ।

ଏହାଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ମାଆ କୋଳରୁ ଏକମାତ୍ର ପୁଅ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଭାବେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ମୁଲାସାହିର ୮ ନମ୍ୱର ୱାର୍ଡରେ ମଧ୍ୟ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ଖୁଣ୍ଟରେ ଲାଗିଥବା ଷ୍ଟେ ତାର ସଂଷ୍ପର୍ଶରେ ଆସି ୩ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking