31.1 C
Bhubaneswar
Tuesday, May 7, 2024
Homeଅପରାଧବାଲି ଘାଟକୁ ନେଇ ବିବାଦ; ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ବାଲି ଘାଟକୁ ନେଇ ବିବାଦ; ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼। ଆହତ ହେଲେ କାଳୁ ଗୌଡ଼, ଜୋହ୍ନl ଗୌଡ଼ ଓ ପ୍ରତିମା ଗୌଡ଼l ଆହତ ମାନଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ତିନି ଜଣଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଚିକିଟି ଏସ ଡି ପି ଓ ମେଡିକାଲରେ ପହଂଚି ତଦନ୍ତ କରିବା ସହ ଘଟଣା ସ୍ଥଳକୁ ଯାଇଥିଲେ। ବାଲି ଘାଟକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଅଶାନ୍ତି ଥିବା ବେଳେ ରାତିରେ ଉଭୟ ଗୋଷ୍ଠୀ ମାରଣାସ୍ତ୍ର ଯୋଗେ ମୁହାଁମୁହିଁ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking