29.1 C
Bhubaneswar
Saturday, April 27, 2024
Homeଓଡିଶାମାଛ ଧରିବାକୁ ଯାଇ ଆଉ ଫେରିଲେନି ଦୁଇ ଭାଇ

ମାଛ ଧରିବାକୁ ଯାଇ ଆଉ ଫେରିଲେନି ଦୁଇ ଭାଇ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନଦୀରେ ମାଛ ଧରିବାକୁ ଯାଇଥିବା ବେଳେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଡଗରା ଗ୍ରାମର ମଧୁ ବେହେରାଙ୍କ ଦୁଇ ଜଣ ନାବାଳାକ ପୁଅ ମଙ୍ଗଳବାର ଡଗରା ହାଟ ନିକଟରେ ଥିବା ନଦୀକୁ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ । ତେବେ ଅସାବଧାନତା କାରଣରୁ ଦୁଇ ଭାଇ ଗଭୀର ଜଳସ୍ରୋତରେ ଭାସି ଯାଇଥିଲେ । ପରିବାର ଲୋକେ ଦୁଇ ଭାଇଙ୍କୁ ନପାଇ ବହୁ ଖୋଜାଖୋଜି କରିଥିଲେ । ରାତିରେ ଗ୍ରାମର କିଛି ଲୋକେ କୌଣସି କାମରେ ନଦୀକୁ ଯାଇଥିବା ବେଳେ ଦୁଇ ଭାଇଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/05/12/jajapur-dist-news-48/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking