26.1 C
Bhubaneswar
Friday, March 29, 2024
Homeଓଡିଶାଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଗଡ଼ିବ ଟ୍ରେନ୍

ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଗଡ଼ିବ ଟ୍ରେନ୍

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌। ସକାଳ ୧୦ଟାରେ ଭୁବନେଶ୍ୱରରୁ ଏହି ସ୍ବତନ୍ତ୍ର ଟ୍ରେନ୍ ୯୧୬ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଚାଲିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଏସି ତୃତୀୟ ଶ୍ରେଣୀ/ଦ୍ୱିତୀୟ ଶ୍ରେଣୀ/ପ୍ରଥମ ଶ୍ରେଣୀ ସହ ମୋଟ ୧୭ଟି କୋଚ୍‌ରେ ୯୧୬ଟି ସିଟ୍ ରହିଛି। ପ୍ରଥମ ଏସିରେ ୨୪ଟି ସିଟ୍ ରହିଥିବା ବେଳେ ଦ୍ବିତୀୟ ଏସିରେ ୧୦୪ ଓ ତୃତୀୟ ଏସିରେ ୭୯୨ଟି ସିଟ୍ ରହିଛି। ଟ୍ରେନ୍ ନିର୍ଦ୍ଧାରିତ ସମୟ ସକାଳ ୧୦ଟାରେ ଛାଡ଼ିବାକୁ ଥିବା ବେଳେ ୮ଟା ୩୦ ସୁଦ୍ଧା ଯାତ୍ରୀମାନେ ଷ୍ଟେସନ ନିକଟରେ ଉପସ୍ଥିତ ରହିବାକୁ କୁହାଯାଇଛି।
ଏହି ଟ୍ରେନ୍‌ଟି ଭୁବନେଶ୍ୱରର ପ୍ଲାଟ୍‌ଫର୍ମ ନମ୍ବର-୧ ଛାଡ଼ିବ। କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ କେବଳ ପ୍ଲାଟ୍‌ଫର୍ମକୁ ଯିବା ଲାଗି ଅନୁମତି ମିଳିବ। ଟ୍ରେନ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ନିମନ୍ତେ ସମସ୍ତ ଯାତ୍ରୀ ପୂର୍ବରୁ ମେଡିକାଲ୍ ସ୍କ୍ରିନିଂ (ସ୍ୱାସ୍ଥ୍ୟ ଯାଞ୍ଚ) କରିବା ଆବଶ୍ୟକ। ରୋଗର ଲକ୍ଷଣ ନଥିବା ଯାତ୍ରୀମାନେ କେବଳ ଯାତ୍ରା କରିବାକୁ ଅନୁମତି ପାଇବେ। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର, ସାବୁନ୍ ଆଦି ଆଣିବାକୁ ଅନୁରୋଧ କରାଯାଇଛି। ନିଜ ନିଜର ଖାଦ୍ୟ ସାଙ୍ଗରେ ଧରି ଆସିବେ। ବେଡ଼୍‌ରୋଲ୍ ଓ ଲିନେନ୍ (ଚାଦର ଓ ତକିଆ) କିଛି ପ୍ରଦାନ କରାଯିବ ନାହିଁ। ସୁବିଧା ନିମନ୍ତେ ଯାତ୍ରୀମାନେ ନିଜ ନିଜର ବେଡ଼୍‌ସିଟ୍ ଆଣିବାକୁ କୁହାଯାଇଛି। ଯେହେତୁ ଆଟେଣ୍ଡାଣ୍ଟ୍‌, ପୋର୍ଟର ସେବା ସୁବିଧା ମିଳିବ ନାହିଁ ତେଣୁ ଯାତ୍ରୀମାନେ ଯେତେ କମ୍ ଲଗେଜ୍ ସାଙ୍ଗରେ ଆଣିବା ଉଚିତ। ଦିଲ୍ଲୀ/ଭୁବନେଶ୍ୱରରେ ଓହ୍ଲାଇବା ପରେ ଏହି ଯାତ୍ରୀଙ୍କ ପାଇଁ ଲାଗୁ ହେଉଥିବା ସ୍ଥାନୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking