32.1 C
Bhubaneswar
Thursday, March 28, 2024
Homeଓଡିଶାସବୁଠୁ ବଡ଼ ଖବର ଏକାଥରେ ୧୦୧ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୮

ସବୁଠୁ ବଡ଼ ଖବର ଏକାଥରେ ୧୦୧ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୮

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସର୍ବାଧିକ ୧୦୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ୫୨, ବାଲେଶ୍ୱରରୁ ୩୩,ଯାଜପୁରରୁ,୭, ସୁନ୍ଦରଗଡ଼ରୁ ୭ ଓ କେନ୍ଦୁଝରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଗଞ୍ଜାମରୁ ଆଜିର ୫୨ଜଣ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦କୁ ଛୁଇଁଛି ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲାରେ ଆଜିର ୩୩ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୧ଜଣ ସୁସ୍ଥ ହୋଇଛନ୍ତି ଓ ୭୯ଜଣ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଆଜିର ୭ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୧୦ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୧୩ଜଣ ଚିକିତ୍ସିତ ହେଉଛନ୍ତି, ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩୩ଜଣ ସୁସ୍ଥ ହୋଇଛନ୍ତି ୩୮ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୧୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୧୯ଜଣ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/05/12/23-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking