28.1 C
Bhubaneswar
Saturday, April 27, 2024
Homeଅପରାଧହତ୍ୟା ପରେ ପୋଡ଼ି ଦେବା ଘଟଣା : ୨ ଗିରଫ

ହତ୍ୟା ପରେ ପୋଡ଼ି ଦେବା ଘଟଣା : ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ କୁଟ୍ରୁକା ନିକଟସ୍ଥ କୁଡ୍ପାଗୁଡି ଗ୍ରାମର ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣାରେ ୨ ଅଭିଯୁକ୍ତଙ୍କୁ ସୋମବାର ବ୍ରାହ୍ମଣୀଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ୨ ଜଣ ହେଲେ କୁଡ଼ପାଗୁଡ଼ା ଗ୍ରାମର ସୁମନ୍ତ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ପଞ୍ଚାୟତ କୁଟାମାହା ଗ୍ରାମର କୁଟ୍ରାସା ମଲ୍ଲିକ । ଏଦୁହେଁ ସମ୍ପର୍କରେ ଉଭୟ ମାମୁ ଓ ଭଣଜା ବୋଲି ଜଣାପଡ଼ିଥିବାବେଳେ ମୃତବ୍ୟକ୍ତି ଜଣକ ସୁମନ୍ତର ସମ୍ପର୍କୀୟ ଭାଇ (ବଡ଼ବାପାଙ୍କ ପୁଅ) ବୋଲି ବ୍ରାହ୍ମଣୀଗାଁ ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।
ଅଭିଯୁକ୍ତଙ୍କ କହିବା ଅନୁସାରେ, ସେ ତାଙ୍କ ଭୂ- ସମ୍ପତି ଉପରେ ଦୃଷ୍ଟି ରଖି ତାନ୍ତ୍ରୀକ ବିଦ୍ୟା କରି ମାରିଦେବାକୁ ଧମକ ଦେଇଥିଲା । ଏଣୁ ନିଜକୁ ବିପଦ ଆସିବା ପୂର୍ବରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ନିଜେ ନିଷ୍ପତ୍ତି ନେଇ ଏହି କାଣ୍ଡ ଭିଆଇଥିବା ସୁମନ୍ତ ସ୍ୱୀକାର କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ପ୍ରକାଶ କରିଛନ୍ତି । ଏସ୍ଆଇ ସଂଗ୍ରାମ କେଶରୀ ଜେନା ତଦନ୍ତ କରୁଛନ୍ତି । ସୂଚନା ଅନୁସାରେ ଗତ ୩ ତାରିଖ ଦିନ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ କୁଡ୍ପାଗୁଡି ଗ୍ରାମର ସୁଦାମ ମଳିକ (୪୦) ନିଜ କୁଡିଆରେ ରୋଷେଇ କରୁଥିବାବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ôଚ ତାଙ୍କୁ ଆକ୍ରମଣ କରି ମାରିଦେଇ ଥିଲେ । ପରେ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ । ହେଲେ ଗତ ୧୧ ତାରିଖ ଦିନ ମୃତକଙ୍କ ଭାଇ ପ୍ରତାପ ମଲ୍ଲିକ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କ ତତ୍ତ୍ୱାବଧାନରେ ବାଲିଗୁଡ଼ା ଏସ୍ଡିପିଓ ମାନସରଞ୍ଜନ ବାରିକ ଙ୍କ ନେତୃତ୍ୱରେ ସାଇଟିଫିକ୍ ଦଳ ଓ ବ୍ରାହ୍ମଣୀଗାଁ ପୁଲିସ୍ ତଦନ୍ତ କରିଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହିତ ହତ୍ୟାକରି ପୋଡ଼ି ଦିଆଯାଇଥିବା ସ୍ଥାନରୁ ହାଡ଼ ଓ ପାଉଶଁ ମଧ୍ୟ ଜବତ କରାଯାଇଛି । ହତ୍ୟାରେ ବ୍ୟବହୃତ ଏକ କଟୁରୀ ସହିତ ରକ୍ତ ଲାଗିଥିବା ବହୁ ପୋଷାକ ଜବତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking