38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବେଆଇନ ମାଛ ଧରିବା ଅଭିଯୋଗରେ ୨୨ ଜଣ ଗିରଫ

ବେଆଇନ ମାଛ ଧରିବା ଅଭିଯୋଗରେ ୨୨ ଜଣ ଗିରଫ

କେନ୍ଦ୍ରପଡା: କେନ୍ଦ୍ରପଡାର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛ ସଂରକ୍ଷଣ କରାଯାଉଥିବା ସ୍ଥାନରେ ସରକାରଙ୍କ ତରଫରୁ ପ୍ରବେଶ ନିଶିଦ୍ଧ ଥିବା ବେଳେ କିଛି ମତ୍ସଜୀବୀ ମାଛ ଧରିବା ପାଇଁ ପ୍ରବେଶ କରିଥିବାରୁ ପେଟ୍ରୋଲିଂ ଦଳ ୨୨ ଜଣଙ୍କୁ ଗିରଫ କରଛି ଓ ମାଛ ଧରିବାରେ ବ୍ୟବହୃତ ପାଇଁ ଅଣାଯାଇଥିବା ଟ୍ରଲରକୁ ଜବତ କରିଛି ।

ତେବେ ଜରତସିଂପୁର ଜିଲ୍ଲାର କିଛି ମତ୍ସଜିବୀ ଗହିରମଥାକୁ ମାଛଧରିବା ପାଇଁ ଆସିଥିଲେ । ସେମାନଙ୍କୁ ଗିରଫ କରାଯାଇ ନ୍ୟାୟିକ ରିମାଣ୍ଡରେ ପଠାଯାଇଥିବା ଜଣାପଡିଛି । ତେବେ ଗହିରମଥାର ସେହି ସ୍ଥାନଟି ଅଲିଭ ରିଡଲେ କଇଁଛ ମାନଙ୍କର ପ୍ରଜନନ ସ୍ଥାନ ହେଇଥିବାରୁ ସେହି ସ୍ଥାନକୁ ପ୍ରବେଶ ନିଶିଦ୍ଧ କରାଯାଇଛି । ତେବେ କଇଁଛ ମାନେ ଅନେକ ସମୟରେ ଟ୍ରଲରର ଦ୍ରୁତ ଚାଳକଙ୍କ ଦ୍ୱାରା ଧକ୍କା ହେଇ ମ୍ୟୃତ୍ୟୁ ବରଣ କରନ୍ତି ଓ ମତ୍ସଜୀବୀ ମାନଙ୍କ ଜାଲରେ ପଡି କଇଁଛ ମାନେ ଶ୍ୱାସରୁଦ୍ଧ ହୋଇଥାନ୍ତି । ତେଣୁ ରାଜ୍ୟ ସରକାର ନଭେମ୍ବର ୧ରୁ ୨୦ କି.ମି ଅଭୟାରଣ୍ୟ ଦୁର ଧାମରା ଓ ଦେବୀ ନଦୀ ମୁହାଣରେ ମତ୍ସଜୀବୀଙ୍କ ପ୍ରବେଶ ନିଷେଦ୍ଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking